ପ୍ୟାରିସ ଅଲିମ୍ପିକସ୍‌ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନଙ୍କ ସହ ସମସ୍ତ ଖେଳାଳୀ ଓ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଖେଳାଳୀମାନଙ୍କ ସହ କଥା ମଧ୍ୟ ହୋଇଛନ୍ତି। ଏହି ବ୍ରୋଞ୍ଜ ପଦକ ବର୍ଷବର୍ଷ ଧରି ହକି ପ୍ରତି ଆମର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ବୋଲି କହିଛନ୍ତି।

ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ। ହକି ଖେଳାଳିମାନେ ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେମାନଙ୍କୁ ଶୀଘ୍ର ଓଡ଼ିଶା ଆସିବାକୁ ମୁଁ ନିମନ୍ତ୍ରଣ କରିଛି। ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା। ଭାରତୀୟ ହକି ଦଳ ନିଜର କ୍ରୀଡା ନୈପୁଣ୍ୟ ଦ୍ବାରା ଦେଶର ସମଗ୍ର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିଛନ୍ତି।

ଏଥିସହ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ଖେଳାଳୀଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଓଡ଼ିଆ ଖେଳାଳୀ ଅମିତ ରୋହିଦାସଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ।

Leave a Reply

Your email address will not be published. Required fields are marked *