ଆଜି ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାକୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଧସ୍ତାଧସ୍ତି ସାଙ୍ଗକୁ ମାର୍‌ପିଟ୍‌ ପରିସ୍ଥିତିରୁ ଉତ୍ତେଜନା ଦେଖା ଦେଇଛି। ନିଜ ଲୋକଙ୍କ ଦର୍ଶନକୁ ନେଇ ବିବାଦ ଓ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି।

ଏହା ପରେ ମହା ଶିବରାତ୍ରି ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ପୋଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଶାନ୍ତି ଫେରାଇ ଆଣନ୍ତି। ସୂତ୍ର ଅନୁଯାୟୀ ହସ୍ତକ୍ଷେପ ସମୟରେ କିଛି ସେବାୟତ ଏବଂ ପୋଲିସ ମଧ୍ୟରେ ସାମାନ୍ୟ ସଂଘର୍ଷ ମଧ୍ୟ ହୋଇଥିଲା। ତଥାପି, କର୍ତ୍ତୃପକ୍ଷ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲେ।

ସୂଚନା ଯୋଗ୍ୟ; ରବିବାର ଦିନ ରାଜଧାନୀରେ ଥିବା ଐତିହାସିକ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ନିମନ୍ତେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଭକ୍ତମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । କିନ୍ତୁ ସେପଟେ ମନ୍ଦିରରେ ଭିତରେ ଭିଆଇପି ଦର୍ଶନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସେବାୟତମାନେ ନିଜ ପରିବାର ସଦସ୍ୟଙ୍କୁ ଅଲଗା ନେଇ ଦର୍ଶନ କରୁଥିବାର ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛି । ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଛି ।

ତେବେ ସେବାୟତ ମଧ୍ୟରେ ବିଶୃଙ୍ଖଳା ପାଇଁ ନାତିକାନ୍ତି ଉପରେ ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି । ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରେ ଚାଲିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *