ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଆଦାନୀ-ଜେଏସଡବ୍ଲ ମେଳି ବିରୋଧରେ ୧୨ଦଫା ଦାବିରେ ସିଆଇଟିୟୁର ରଣହୁଙ୍କାର ଦେଖିବାକୁ ମିଳିଛି । ଜେଏସଡବ୍ଲ୍ୟୁ ଖଣିକୁ ଧସେଇ ପଶିଛନ୍ତି ସିଆଇଟିୟୁର କର୍ମୀ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର ସିଟୁ କର୍ମୀ ଖଣି ଭିତରକୁ ପୁଲିସ୍ ସହ ଧସ୍ତାଧସ୍ତି କରି ଖଣି ଭିତରକୁ ପ୍ରବେଶ କରିଛନ୍ତି ।

ଖଣି ରେଜିଂ ଠିକାସଂସ୍ଥା ଆଦାନୀ କମ୍ପାନୀ ଜେଏସଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କ ସହ ସମସ୍ତ ପରିବହନ ସହ ରେଳ ସାଇଡ଼ିଂକୁ କାର୍ଯ୍ୟ କରିବା ଚୁକ୍ତିନାମାକୁ ବିରୋଧ କରାଯାଇଥିବା ଜଣାପଡିଛି । ଯେତେବେଳ ପର୍ଯ୍ୟନ୍ତ ଏହାର ସମାଧାନ ନ ହୁଏ ଗଣଧାରଣା ଜାରି ରହିବ ଓ ଆଗକୁ ଜେଏସଡବ୍ଲ୍ୟୁ ଖଣି, ସମସ୍ତ ରେଳ ସାଇଡ଼ିଂ କୁ ସମ୍ପୁର୍ଣ୍ଣ ଠପ୍ କରାଯିବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

 

Leave a Reply

Your email address will not be published. Required fields are marked *