ଆଜି କଳାହାଣ୍ଡିରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭବାନୀପାଟଣାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ୩ ବର୍ଷରେ ବିନିଯୋଗ ହେବ ୭ ହଜାର ୫୫୦ କୋଟି । ବିଶେଷକରି ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାରକୁ ମିଳିବ । ଏହି ଯୋଜନାରେ ୫୦ ହଜାର ଲୋକ ଯୋଡି ହେବେ। ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଛି।

ତେବେ ଯେଉଁମାନେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବାକୁ ଚାଁହୁଥିବେ ସେମାନେ ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ। ତେବେ ଅନଲାଇନ ପାଇଁ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବଦନ କରିହେବ। ତେବେ ଚଳିତ ବର୍ଷ ବଜେଟରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭ ହଜାର ୭୫୦ କୋଟି ବ୍ୟୟ ବରାଦ କରାଯାଇଛି। ଆସନ୍ତା ୩ ବର୍ଷରେଅତି କମରେ ୨ଲକ୍ଷ ୨୫ ହଜାର ନୂତନ ଘର ମଞ୍ଜୁର କରାଯିବ। ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *