ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି । ୨୦୨୭ ଜନଗଣନା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ହେବ ଜନଗଣନା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ; ଦେଶର ପରବର୍ତ୍ତୀ ଜନଗଣନା ୨୦୨୭ରେ କରାଯିବ । ଦେଶରେ ଅଧିକାଂଶ ଭାଗରେ ଜନଗଣନା ପାଇଁ ୨୦୨୭ ମାର୍ଚ୍ଚ ୧ ତାରିଖ ମଧ୍ୟ ରାତ୍ରକୁ ଆଧାର ତାରିଖ ଭାବେ ଗଣନା କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଗାମୀ ଜନଗଣନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହା ପରେ ଆଜି ବିଜ୍ଞପ୍ତି ଜାରି କରାଯାଇଛି । ଦେଶରେ ୨ଟି ପର୍ଯ୍ୟାୟରେ ହେବ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଘରର ସ୍ଥିତି, ପରିସଂପତ୍ତି ଓ ସୁବିଧା ସୁଯୋଗର ବିବରଣୀ ଏକତ୍ର କରାଯିବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନାରେ ପ୍ରତ୍ୟେକ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସାଂଖିକ, ସାମାଜିକ-ଆର୍ଥିକ, ସାଂସ୍କୃତିକ ଓ ଅନ୍ୟ ବିବରଣ ଏକତ୍ର କରାଯିବ । ସେହିପରି ତୁଷାରପାତ ହେଉଥିବା ରାଜ୍ୟ ଓ କେନ୍ଦ୍ରସାଶିତ ଅଞ୍ଚଳରେ ଆଗୁଆ ହେବ । ଲଦାଖ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ଆଗୁଆ ହେବ । ୨୦୨୬ ଅକ୍ଟୋବର ୧ରୁ ଏସବୁ ରାଜ୍ୟରେ ଜନଗଣନା ହେବ । ଜନଗଣନା ସହ ଜାତି ଜନଗଣନା ବି ହେବ । ଏଥର ଜନଗଣନାରେ ଜାତିଭିତ୍ତିକ ଜନଗଣନା ମଧ୍ୟ କରାଯିବ । ଜନଗଣନା ପାଇଁ ପ୍ରାୟ ୩୪ ଲକ୍ଷ ଗଣନାକାର ଓ ପର୍ଯ୍ୟବେକ୍ଷକ, ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ନିୟୋଜିତ ହେବେ । ଭାରତରେ ଏହା ଦେଶ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ । ଏଥର ଜନଗଣନା ୧୬ ବର୍ଷ ପରେ କରାଯାଉଛି । ଗତ ଥର ଜନଗଣନା ୨୦୧୧ରେ ହୋଇଥିଲା । Post navigation ପିଲାଙ୍କ ମାଆ ଯାଞ୍ଚ କରିପାରିବେ ମଧ୍ୟାହ୍ନ ଭୋଜନ ଯାଜପୁର ବିଞ୍ଝାରପୁରରେ ସମସ୍ତ ଢାବା ଓ ଫାଷ୍ଟଫୁଡ୍ ବନ୍ଦ ନିର୍ଦ୍ଦେଶ