Centre issues notice to X over obscene content
ଅଶ୍ଲୀଳ କଣ୍ଟେଣ୍ଟକୁ ନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନୋଟିସ୍ ଜାରି କରିଛନ୍ତି । Grok AI ରୁ ଅଶ୍ଳୀଳ କଣ୍ଟେଣ୍ଟ ହଟାଇବାକୁ ସରକାର ଏକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । IT ଆକ୍ଟ ୨୦୦୦ ଓ ୨୦୨୧ ଉଲ୍ଲଂଘନ ନେଇ ନୋଟିସ୍ ଜାରି କରିଛି କେନ୍ଦ୍ର ସରକାର ।
 
ଏହାସହ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ଏକ୍ସର ଜେନେରେଟିଭ୍ AI ଚାଟବଟ୍ Grokର ଅପବ୍ୟବହାର ବୃଦ୍ଧି ପାଇଛି । ବ୍ୟବହାରକାରୀମାନେ ଏହାକୁ ଅଶ୍ଳୀଳ ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ବ୍ୟବହାର କରୁଛନ୍ତି । ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ X କୁ ତୁରନ୍ତ ଗ୍ରୋକ୍ ଏଆଇର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି ।
 
ୟୁଜର୍ସଙ୍କ ନିର୍ଦ୍ଦେଶ କ୍ରମେ ଗ୍ରୋକ ଏଆଇ ମହିଳାଙ୍କ ଫଟୋକୁ ଅଶ୍ଳୀଳ ଭାବରେ ପ୍ରଦର୍ଶିତ କରୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଏଆଇ ଆସିବା ପରେ ଏହାକୁ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଲାଗି ଅନେକ ବ୍ୟବହାର କରୁଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି ।

By Nirvay

Leave a Reply

Your email address will not be published. Required fields are marked *