କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ସହିତ ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ଡିଆର ୫୩ ପ୍ରତିଶତ ରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇବ। ଏଥିରେ ୧.୨ କୋଟି କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ଲାଭ ମିଳିବ । ଏହି ବୃଦ୍ଧି ସପ୍ତମ ବେତନ କମିଶନ ଅଧୀନରେ ହୋଇଛି। ମହଙ୍ଗା ଭତ୍ତା ନିକଟରେ ଜୁଲାଇ ୨୦୨୪ରେ ବଢାଯାଇଥିଲା । ଏହି ସମୟରେ ୫୦ ପ୍ରତିଶତରୁ ୫୩ ପ୍ରତିଶତ ହୋଇଥିଲା । ଏବେ ଏହି ବୃଦ୍ଧି ଜୁଲାଇ-ଡିସେମ୍ବର ୨୦୨୪ ପାଇଁ ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ତଥ୍ୟ ଆଧାରରେ କରାଯାଇଛି। Post navigation ଲାଞ୍ଚ ମାମଲାରେ ଡାକ୍ତରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଭୁବନେଶ୍ଵରରେ ଭିଆଇପି/ଭିଭିଆଇପିଙ୍କ ଆଗମନ; ସନ୍ଧ୍ୟା ୫ଟାରୁ ରାସ୍ତା ଭିଡ଼ ହେବା ନେଇ ଲାଗୁ ହେଲା ଟ୍ରାଫିକ୍ କଟକଣା