ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ପରିବାର ସହ ଆଜି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ପରେ କୋଣାର୍କ ଗସ୍ତ କରିବେ । ୨୮ ତାରିଖରେ ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ ଓ ଖଣ୍ଡଗିରି-ଉଦୟଗିରି ଗୁମ୍ଫା ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୯ ତାରିଖରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡ଼ିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧନ କରିବେ । Post navigation OSJA Award: ପ୍ରୀତିସ୍ମିତା ଭୋଇ ଓ କାଳୁ ଚରଣ ଚୌଧୁରୀ ପାଇବେ ‘ଓସ୍ଜା’ ପୁରସ୍କାର Vigilance Raid: କୋଟିପତି ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ