ଆସନ୍ତାବର୍ଷଠୁ ଓପନ୍ ବୁକ୍ ଏକ୍ସଜାମ୍ ବା ଖୋଲା ବହି ପରୀକ୍ଷା ବ୍ୟବସ୍ଥା ଲାଗୁ କରିବ ସିବିଏସ୍ଇ । ଏଣିକି ବହି ଖାତା ଦେଖି ପରୀକ୍ଷା ଦେବେ ପିଲା । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ନିଷ୍ପତ୍ତି ଅନୁଯାୟୀ, ଏବେ ନବମ ଶ୍ରେଣୀରେ ପଢୁଥିବା ପିଲାମାନେ ବହି ଦେଖି ଦେବେ ପରୀକ୍ଷା । ଏହାକୁ ପାଇଲଟ୍ ମୋଡରେ କାର୍ଯ୍ୟକାରୀ କରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଏନସିଏଫଏସଇ କୁ ଗୁରୁତ୍ୱ ଦେଇ ଏପରି ପଦକ୍ଷେପ ନିଆଯାଇଛି । ଘୋଷା ପାଠରୁ ପିଲାଙ୍କ ଧ୍ୟାନ ହଟାଇ ଯୋଗ୍ୟତା ଭିତ୍ତିକ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ନିଷ୍ପତ୍ତି ନେଇଛି ସିବିଏସ୍ଇ । ଏହାକୁ ନେଇ ସାମ୍ପୁଲ ପେପର ପ୍ରସ୍ତୁତ କରାଯିବ । Post navigation ବେଙ୍ଗାଲୁରୁରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ