ଶନିବାର ରାତି ୯ଟା ୩୦ ମିନିଟ୍ ସମୟରେ ହୋଟେଲ ମେ’ ଫେୟାର ସମ୍ମୁଖରେ ଏକ ମର୍ସିଡିଜ ମେବ୍ୟାକ୍ କାର୍ ଉପରେ ଚଢ଼ାଉ ସହ ସିବିଆଇକୁ ମିଳିଥିଲା ବିଡ଼ାବିଡ଼ା ନୋଟ୍ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଆଉ ରବିବାର ଏହି ଘଟଣାର ଗୁମର ଫିଟିଛି । ୧୫୦ କୋଟିର ଟେଣ୍ଡର ପାଇଁ ହେଉଥିଲା ଡିଲ । ବ୍ରିଜ ଆଣ୍ଡ ରୁଫ୍ କୋ. ଇଣ୍ଡିଆ ଲିମିଟେଡ ଟେଣ୍ଡର ଫିକ୍ସିଂ କରୁଥିବା ନେଇ ଅଭିଯୋଗ ଥିଲା ଦିଲ୍ଲୀ ସିବିଆଇ ନିକଟରେ । ଦୀର୍ଘଦିନ ଧରି ସିବିଆଇ ଏହାକୁ ଟ୍ରାକ୍ କରୁଥିଲାବେଳେ ଶନିବାର ମାଡ଼ି ବସିଥିଲା ସିବିଆଇ । ଏହି ଘଟଣାରେ ବ୍ରିଜ୍ ଆଣ୍ଡ ରୁଫ୍ ଗ୍ରୁପ୍ର ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଏବଂ ଆଦିତ୍ୟ ଦେବ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡର ମୁଖ୍ୟ ଦେବଦତ୍ତ ମହାପାତ୍ରଙ୍କୁ ବାନ୍ଧିଛି ସିବିଆଇ । ସେମାନଙ୍କୁ ତିନିଦିନିଆ ରିମାଣ୍ଡରେ ନିଆଯାଇଛି । ଶନିବାର ରାତିରୁ ସିବିଆଇ ତିନି ଅଭିଯୁକ୍ତଙ୍କୁ ଅଟକ ରଖିଥିଲା । ଆଉ ରବିବାର ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଡାକ୍ତରୀ ମାଇନା କରି କୋର୍ଟରେ ହଜାର କରିଥିଲା ସିବିଆଇ । ସିବିଆଇ ପକ୍ଷରୁ କୋର୍ଟରେ ସେମାନଙ୍କୁ ୭ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରାଯାଇଥିଲାବେଳେ କୋର୍ଟ ତିନିଦିନ ପାଇଁ ଦେଇଛନ୍ତି ଅନୁମତି । ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୫୦ କୋଟିର ଟେଣ୍ଡର ପାଇଁ ଭୁବନେଶ୍ୱରରେ ରାତି ଅଧିଆ ହେଉଥିଲା ଡ଼ିଲ । ଏଥିପାଇଁ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହେଉଥିଲା । କେନ୍ଦ୍ର ସରକାରଙ୍କ ଶିଳ୍ପ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ବ୍ରିଜ ଆଣ୍ଡ ରୂଫ କମ୍ପାନୀର ଜଣେ ଅଧିକାରୀ ଲାଞ୍ଚ ନେବା ପାଇଁ ଗତକାଲି ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବର ଏକ ଠିକା ସଂସ୍କାର ଡାଇରେକ୍ଟର ତାଙ୍କୁ ଟଙ୍କା ଦେବା ପାଇଁ ନୟାପଲ୍ଲୀର ଏକ ତାରକା ହୋଟେଲରେ ଡିଲ କରୁଥିଲେ । ଏହାକୁ ଟ୍ରାକ କରି ଦିଲ୍ଲୀର ସିଡିଆଇ ଟିମ୍ ଭୁବନେଶ୍ୱରରେ ପହଞ୍ଚୁ ଲାଞ୍ଚ ନେଣଦେଣ ବେଳେ ଚଢାଇ କରି ୪ ଜଣଙ୍କୁ ଅଟକ ରଖିଥିଲା । Post navigation ଡବଲ ଇଞ୍ଜିନ ସରକାରଙ୍କ ଡବଲ ଚମତ୍କାର; କୁଟ୍ଟେ ଗଲେ ବିଏସ୍ଏଫ୍ ଆଇଜି ହୋଇ ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ଲୋୟର ପିଏମଜି ମହିଳା