କୋଲକତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ ବେଳେ ଆର୍ଥିକ ଦୁର୍ନୀତି ମାମଲାରେ ସିବିଆଇ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘରେ ଚଢ଼ଉ କରିଥିଲା। ଆଜି ଏହି ଘଟଣାରେ ସନ୍ଦୀପଙ୍କ ନିକଟତମ ୨ ଡାକ୍ତରଙ୍କୁ ଜେରା କରିଛି। ଡାକ୍ତର ସଞ୍ଜୟ ବଶିଷ୍ଠ ଓ ଦେବାଶିଷ ସୋମ୍‌ଙ୍କୁ ସିବିଆଇ ଜେରା କରିଛି। କାଲି ସନ୍ଦୀପଙ୍କ ଘର ସମେତ ୧୫ଟି ସ୍ଥାନରେ ରେଡ୍ ସିବିଆଇ କରିଥିଲା। ରେଡ ବେଳେ ସିବିଆଇକୁ ଅନେକ ଠୋସ୍‌ ପ୍ରମାଣ ମିଳିଛି। ଏଥିସହ ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇର ଆଣ୍ଟି କରପ୍ସନ ୱିଙ୍ଗ।

Leave a Reply

Your email address will not be published. Required fields are marked *