Category: ରାଜ୍ୟ

ଇଣ୍ଡିଆ ଷ୍ଟିଲ୍‌ ସମ୍ମିଳନୀ ୨୦୨୫ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶାରେ ପ୍ରତିଷ୍ଠା ହେବ ଷ୍ଟିଲପ୍ଲାଣ୍ଟ

ମୁମ୍ବାଇ ଗସ୍ତରେ ଶିଳ୍ପପତିଙ୍କୁ ଭେଟିବା ସହ ଓଡ଼ିଶା ଆସି ପୁଞ୍ଜିନିବେଶ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରରେ ଆରମ୍ଭ ଇଣ୍ଡିଆ ଷ୍ଟିଲ୍ ୨୦୨୫ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ…

ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମଙ୍କୁ ଧନ୍ୟବାଦ ଦେଲେ ପ୍ରଭାତୀ ପରିଡା

ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ ଆୟୋଜିତ “ଗଣମାଧ୍ୟମ ସହ କଥାବାର୍ତ୍ତା” କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ଯୋଜନାକୁ ଆହୁରି ଉନ୍ନତ…

ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ 

ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ ।ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।…

ମିଳିଲାନି ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ; ତାତିଲେ ଲୋକେ

ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବିରେ ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣିରେ ଚାଲିଛି ଆନ୍ଦୋଳନ । ୧୫ ବର୍ଷ ହେବ ପ୍ରତିଶ୍ରୁତି ଦେଇ ବି ପୂରଣ କରୁନି ଏମସିଏଲ୍। ସେଥିପାଇଁ ତାତିଛନ୍ତି ଲୋକେ ଓ ଆରମ୍ଭ କରିଛନ୍ତି…

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା । ସେ କହିଛନ୍ତି ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ…

ଘରୋଇ ସ୍କୁଲ ମାଲିକଙ୍କୁ ଚେତାବନୀ; ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟରେ ଅସହ୍ୟ ତାତି ସହିତ ଗୁଳୁଗୁଳି ଅନୁଭୂତ ହେଉଛି । ସେଥିପାଇଁ ଗ୍ରୀଷ୍ମ ଛୁଟି ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ଯଦି ସରକାରଙ୍କ ନିର୍ଦେଶକୁ ଅବମାନନା କରାଯାଏ ତାଙ୍କ ପ୍ରତି ଆକ୍ସନ ନିଆଯିବା…

୫୭ ଲକ୍ଷର ସରକାରୀ ଅର୍ଥ ହଡ଼ପ ମାମଲା: ଠିକାଦାର ଗିରଫ

୫୭ ଲକ୍ଷର ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଗିରଫ । ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସହ ମିଶି ସଲାସୁତୁରା କରି ପ୍ରାୟ ୫୭ ଲକ୍ଷ ଟଙ୍କା ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଗିରଫ କଲା ଭିଜିଲାନ୍ସ…

ରାଜ୍ୟରେ ଗଠିତ ହେଲା ୪୬ଟି ସିଭିଲ୍‌ ଜଜ୍ କୋର୍ଟ

ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ହେଲା ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା…

ନବ ଦାସ ହତ୍ୟା ମାମଲା: ଗୋପାଳର ପୂର୍ବ କଲ୍‌ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସର ପୁରୁଣା କଲ୍‌ ଡିଟେଲ ଖୋଲିଲା କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ପୂର୍ବର କଲ୍‌ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ । ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଇଛି…

ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଯୋଗଦେଲେ ସାଂସଦ ସସ୍ମିତ ପାତ୍ର

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ଆଜି ବିଜୁ ଜନତା ଦଳ ତରଫରୁ ସାଂସଦ ସସ୍ମିତ ପାତ୍ର ଯୋଗ ଦେଇଥିଲେ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସର୍ବଦଳୀୟ ବୈଠକରେ…