Category: ରାଜ୍ୟ

ଖୋ ଖୋ ବିଶ୍ୱକପ୍‌ ବିଜେତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱରରେ ପହଞ୍ଚିଲେ ଖୋ ଖୋ ବିଶ୍ୱକପ ଚାମ୍ପିଅନ୍ ବିଜେତା ଓଡ଼ିଆ ଖେଳାଳି । ଓଡ଼ିଶାରେ ପହଞ୍ଚିବା ବେଳେ ବିଶ୍ବ ବିଜେତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ବାଗତ କରାଯାଇଛି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ୱକପ୍‌ରେ…

ଏବେବି ନବୀନଙ୍କ ସମସ୍ତ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି ପାଣ୍ଡିଆନ୍: ମନ୍ମଥ

ନବୀନଙ୍କ ସେବା କରିଛନ୍ତି ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ । ଆଜି ଗଣମାଧ୍ୟମରେ ଏହି ଭଳି ପ୍ରତିକ୍ରିୟା ରଖି ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କହିଛନ୍ତି ପାଣ୍ଡିଆନ ଆଗରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝୁଥିଲେ ଏବେ ବି ବଝୁଛନ୍ତି…

ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ବଢ଼ିପାରେ ପ୍ରତାପ ଜେନାଙ୍କ ଅଡୁଆ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମୃତକ ପୁଅ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ପୁଣି ବଢିପାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବିଶ୍ୱାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପିଟିସନ ଦାଖଲ କରିଥିବାବେଳେ ୪ ସପ୍ତାହ ଭିତରେ ସତ୍ୟପାଠ…

ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୋଲିସ ସେବା ପଦକ ଘୋଷଣା କରାଯାଇଛି । ଓଡ଼ିଶାର ୧୯ ଜଣଙ୍କୁ ପୋଲିସ ସେବା ପଦକ ପ୍ରଦାନ କରାଯିବ । କାର୍ଯ୍ୟରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ସୁପରିଟେଣ୍ଡଣ୍ଟ ସରୋଜ ସାମଲ ଏବଂ କନଷ୍ଟେବଳ…

ଓଡ଼ିଶାରେ ପ୍ରଥମ ଥର ୧୦ ଦ୍ବୀପରେ ଉଡ଼ିବ ପତାକା

ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବାକୁ ଯାଉଛି ଗଣତନ୍ତ୍ର ଦିବସ । ଏନେଇ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର । ସେ କହିଛନ୍ତି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡିଶା ଉପକୂଲରେ ୧୦ଟି ଦ୍ବୀପ ଚିହ୍ନଟ ହୋଇଛି।…

ଚଳିତ ବର୍ଷ ସରକାର ଦେବେ ୪୦ ହଜାର ନିଯୁକ୍ତି 

ଆସନ୍ତା ବଜେଟ୍ ଅଧିବେଶନ ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପ୍ରି ବଜେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରି ବଜେଟ୍‌ ନେଇ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଫେବ୍ରୁଆରୀ ୧୭ ତାରିଖ…

ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ନୂଆ ନିୟମ, ପ୍ରବେଶ ପାଇଁ ଅନ୍‌ଲାଇନ ଆବେଦନ ବାଧ୍ୟତାମୂଳକ

ପର୍ଯ୍ୟଟକ କ୍ଷେତ୍ରରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ଏଣିକି ମୟୂରଭଞ୍ଜ ଜିଲ୍ଲା, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଫେବୃଆରୀ ପହିଲା ଠାରୁ ଲାଗୁ ହେବ ନୂଆ ନିୟମ । ଯେଉଁ ପର୍ଯ୍ୟଟକ ମାନେ ଶିମିଳିପାଳ ବୁଲିବାକୁ ଯିବା…

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍‌: ୫ ଓ ୬ରେ କାଉଁଣ୍ଟର, ୨ରେ ଅନ୍‌ଲାଇନ ଟିକେଟ୍‌

ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍‌ । ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ ଖେଳାଯିବ । ଏହି କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ଆଜି ହୋଇଛି ତାରିଖ ଘୋଷଣା । କ୍ରିକେଟ୍‌ପ୍ରେମୀମାନେ ଆସନ୍ତା…

ଝାଡ଼ାବାନ୍ତିରେ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ

ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତିରେ ୧୦୦ରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ନବରଙ୍ଗପୁର ଖାତିଗୁଡା ସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଅସୁସ୍ଥ ହୋଇପଡିଛନ୍ତି । କାଲି ଶହେରୁ ଅଧିକ ଅସୁସ୍ଥ ହୋଇଥିଲେ । ୯ ଜଣ ମେଡିକାଲ ଯାଇଥିଲେ ।…

ଆସନ୍ତା ୨୮ରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ; ଗୁରୁମନ୍ତ୍ର ଦେବେ ନବୀନ

ସଂସଦର ବଜେଟ ଅଧିବେଶନ ପୂର୍ବରୁ ଆସନ୍ତା ୨୮ରେ ବସିବ ବିଜେଡି ବୈଠକ । ସଂସଦର ବଜେଟ ଅଧିବେସନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୮ ତାରିଖରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।…