Category: ରାଜ୍ୟ

ବାଲେଶ୍ବର ସହରରେ କାଲିଠୁ ଚାଲିବ ଇଣ୍ଟରନେଟ୍‌

ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହୋଇଛି। ଟାଉନ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟାରେ କର୍ଫ୍ୟୁ କୋହଳ କରାଯାଇଛି। ଆଜି ସୁଦ୍ଧା ୮୯ ଗିରଫ ହୋଇଥିବା ବେଳେ ୨୧ଟି ମାମଲା ରୁଜୁ ହୋଇଛି।…

ଶପଥ ଗ୍ରହଣ ପରେ ପ୍ରଥମ ଥର ନିଜ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଘଟଗାଁରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମା’ ତାରିଣୀଙ୍କ ଦର୍ଶନ କଲେ। ଘଟଗାଁ ହାଇସ୍କୁଲ ପଡିଆରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ଼ ଶୋ’ ହୋଇଥିଲା। ଯିବା ବେଳେ ଲୋକଙ୍କ କଥା ଶୁଣି ସମସ୍ୟା ସମାଧାନ ପାଇଁ କହିଥିଲେ।…

ରାଜ୍ୟର ସବୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, କ୍ୟାବିନେଟ୍ ମୋହର ବାଜିବା ପରେ…

ପିସିସି ସଭାପତିଙ୍କ ଉପରକୁ କାଳିମାଡ଼ ଘଟଣା: ୫ କର୍ମକର୍ତ୍ତା ବହିଷ୍କୃତ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରାଯାଇଛି। ୬ ବର୍ଷ ପାଇଁ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କାର କଲେ ପିସିସି ସଭାପତି। ସେମାନେ ଶୁକ୍ରବାର…

ମା’ ତାରିଣୀ ପୀଠ ଲାଗି ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କ୍ରମରେ ପ୍ରଥମେ ସେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ…

ଆସନ୍ତା ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା: ୟେଲୋ ଆଲର୍ଟ ଜାରି

ଆସନ୍ତା ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ। ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଘଣ୍ଟା…

ଟ୍ରକ୍ ଚାପାରେ ମହିଳା ସଫେଇ କର୍ମଚାରୀଙ୍କ ମୃତ୍ୟୁ

ମାଲକାନଗିରି ସଦର ମହକୁମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଘଟଣା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଟିନା ଗ୍ୟାରେଜ ଛକ ନିକଟରେ ବାସ କରୁଥିବା…

କିସ୍‌ ଜମି ମାମଲାର ତଦନ୍ତ ହେବ: ଜିଲ୍ଲାପାଳ

କିସ୍‌ ଜମି ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ସେ କହିଛନ୍ତି ଆମେ ଆଦିବାସୀ ମନ୍ତ୍ରାଳୟର ଚିଠି ପାଇଛୁ। ତା’ ଉପରେ ଅନୁଧ୍ୟାନ କରାଯାଉଛି। ଆଗରୁ କଣ ହୋଇଥିଲା ସେ ବିଷୟରେ ଆମେ ଜାଣିନୁ। ଏବେ କେସ୍ ରେକର୍ଡ ଷ୍ଟଡି…

ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ

ଆଜି ଦୁଇ ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଜନ୍ମମାଟିକୁ ଗସ୍ତ। ପ୍ରଥମେ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି…

ଆଜିଠୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ଆଜିଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ। ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି ଅଣସର ଦର୍ଶନ। ଏହି ସମୟରେ ଅଲାରନାଥରେ ବିଷ୍ଣୁ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ…