Category: ରାଜ୍ୟ

ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ ରହିଥିବା ଜଣାପଡିଛି । ପୁରୀ ଅଘଟଣ ପାଇଁ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ…

ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ

୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡ୍‌କୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ…

ଶରଧାବାଲି ଦଳାଚକଟା: ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି; ୨ ପୋଲିସ ଅଫିସର ନିଲମ୍ବିତ

ଶରଧାବାଲିରେ ଅଘଟଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି । ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରାଣାକୁ ମିଳିଛି ନୂଆ ଦାୟିତ୍ୱ ।…

ପୁରୀ ଶରଧାବାଲିରେ ଅଘଟଣ ଘଟଣା; ମୃତକଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା

ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା ଘଟଣାରେ ମୃତ୍ୟୁ ବରଣ କରିଥିବା ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ସହ ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ…

ପୁରୀ ଅଘଟଣ ଘଟଣା; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶରଧାବାଲିରେ ଠେଲାପେଲା ଦଳାଚକଟା ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ…

ଶରଧାବାଲିରେ ଦଳାଚକଟା ଘଟଣା; ନବୀନଙ୍କ ଉଦ୍‌ବେଗ

ଶରଧାବାଲିରେ ଠେଲାପେଲା ଦଳାଚକଟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନିଜ ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ସକାଳ ଦର୍ଶନ ସମୟରେ ଭୀଷଣ ଦଳାଚକଟା ଘଟଣାରେ…

ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି; ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ନିଯୁକ୍ତ ହେବେ ‘ଶିଶୁ ସେବିକା’

ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା…

ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା; ଆଜିଠୁ ଆସନ୍ତା ୪ ତାରିଖ ଯାଏ ରାଜ୍ୟର ହୋଇପାରେ ପ୍ରବଳ ବର୍ଷା

ଆଜିଠୁ ଆସନ୍ତା ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଦକ୍ଷିଣ-ପଶ୍ଚମ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ। ପରବର୍ତ୍ତୀ ସମୟରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ…

ଶରଧାବାଲିରେ ଦଳାଚକଟା; ୩ ଶ୍ରଦ୍ଧାଳୁ ମୃତ, ୫୦ ଆହତ

ମାଉସୀ ମା’ଙ୍କ ପାଖରେ ପହଂଚି ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କୁ ଦେଖିବା ପାଇଁ କାଇଁ କେତେ ଦୂରରୁ ଭକ୍ତମାନେ ଆସିଛନ୍ତି। ଏହି ସମୟରେ ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା ଘଟଣା ସାମ୍ନାକୁ ଆସିଛି। ଶରଧାବାଲିରେ ଠେଲାପେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଗୌତମ ଆଦାନୀ

ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କରେ…