Category: ତାଜା ଖବର

ତୃତୀୟ ପଦକ ହାସଲରୁ ଅଳ୍ପକେ ରହିଗଲେ ମନୁ ଭାକର

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମିଟର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଲେ ଭାରତର ମନୁ ଭାକର । ଅଳ୍ପକେ ଭାରତ ହାତରୁ ଖସିଗଲା ଆଉ ଏକ ମେଡାଲ । ଭାରତକୁ ପ୍ୟାରିସ୍ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଦୁଇ ଦୁଇଟି ମେଡାଲ ଦେଇଥିବା…

ଏକାଧିକ ମହିଳାଙ୍କୁ ବିବାହ କରି ଠକିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ମହିଳା ପୋଲିସ ସାଜିଥିଲେ ପ୍ରେମିକା

ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଝିଅଙ୍କୁ ବିବାହ କରିଥିବା ରସିକିଆ ଅଭିଯୁକ୍ତକୁ ଗିରଫ ପାଇଁ ମହିଳା ପୋଲିସ ସାଜିଥିଲେ ପ୍ରେମିକା । କାରରେ ଲଙ୍ଗ ଡ୍ରାଇଭରେ ଯାଉଥିବାବେଳେ ବାଟରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସୂଚନା ମୁତାବକ, ଅଭିଯୁକ୍ତ…

ନାଁକୁ ମାତ୍ର ଜଳସେଚନ ଯନ୍ତ୍ରୀ କିନ୍ତୁ କୁବେର ପରି ଅମାପ୍ତ ସମ୍ପତ୍ତି

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲାର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଭିଜିଲାନ୍ସ ଚଢ଼ାଉ କରିବା ପରେ ତାଙ୍କର ଅମାପ୍ତ କୁବେର ସମ୍ପତ୍ତି ତାଲିକା ଲମ୍ବିବାରେ ଲାଗିଛି। ଯନ୍ତ୍ରୀ ଆଖି ଖୋସି ହୋଇଯିବା ପରି…

ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ବୁଡ଼ିଲା ପୋଲ

ରାଜ୍ୟରେ ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଚାରିଆଡେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବାର ଦେଖାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥର କାଙ୍ଗୁରକୋଣ୍ଡା ଓ ପୋଟେରୁ ବ୍ରିଜ ଉପରେ ୪…

ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ହେଲେ ଅମ୍ରିତ ମୋହନ ପ୍ରସାଦ

ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୫ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। କ୍ୟାବିନେଟର ନିଯୁକ୍ତି କମିଟି ଅମୃତ…

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ବଡ଼ କାର୍ଯ୍ୟାନୁଷ୍ଠାନ; ହଟିଲେ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦେଇଛି। ବିଏସଏଫ ଡିଜି ପଦରୁ ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ ଓ ସ୍ପେଶାଲ ଡିଜି ପଦରୁ…

ରାତିରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ରହିବା,…

ମହାକାଶକୁ ଯିବେ ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳା

ମିଶନ ଗଗନଯାନ ପୂର୍ବରୁ ମହାକାଶକୁ ଯିବେ ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳା। ନାସା ପକ୍ଷରୁ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ)କୁ ପଠାଇବ ନାସା। ଏହି ମିଶନରେ ଦୁଇ ଜଣ ଭାରତୀୟ ସାମିଲ ହୋଇଛନ୍ତି। ଜଣେ…

ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ଦୁର୍ଗାପୁରକୁ ବିମାନ ସେବା

ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ସେବା ଆରମ୍ଭ ହେବ। ଏ ନେଇ ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳଙ୍କ ସୂଚନା ଦେଇଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଇଣ୍ଡିଗୋ ବିମାନ ଉଡ଼ିବ। ଭୁବନେଶ୍ୱରରୁ ବାଗଡୋଗରାକୁ ସପ୍ତାହକୁ ୪ ଦିନ ଓ…

ଶ୍ରୀମନ୍ଦିରର ମହାପ୍ରସାଦରେ ଲଗିପାରିବନି ଅର୍ପଣ ଚାଉଳ

ମହାପ୍ରଭୁଙ୍କ ମହାପ୍ରସାଦରେ ଆଉ ଲାଗିପାରିବ ନାହିଁ ଶ୍ରଦ୍ଧାଳୁମାନେ ଅର୍ପଣ କରିଥିବା ଅର୍ପଣ ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଚାଉଳ ଏବେ ନଷ୍ଟ ହେବାକୁ ବସିଲାଣି…