Category: ତାଜା ଖବର

ନାଲ୍‌କୋ ଛକରେ ଉଠା ଦୋକାନୀଙ୍କ ଧାରଣା

ଆଜି ରାଜଧାନୀର ନାଲ୍‌କୋ ଛକରେ ହଜାର ହଜାର ଉଠା ଦୋକାନୀ ଧାରଣା ଦେଇଛନ୍ତି । ବେଆଇନ ଦୋକାନ ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ହଜାର ହଜାର ଉଠା ଦୋକାନୀ । ୯ ଦଫା ଦାବି ନେଇ ବିଏମସି ଉତ୍ତର ଜୋନ୍‌…

ଚାଷୀଙ୍କ ଉପରେ ଦାଉ ସାଜିଲା ଅଦିନିଆ ବର୍ଷା; ଫସଲ ନଷ୍ଟ ଦେଖି ଚାଷୀ ମୃତ

ଅଦିନିଆ ବର୍ଷା ଚାଷୀର ବର୍ଷକର ଭାତ ହାଣ୍ଡିକୁ ଉଜାଡି ଦେଇଛି । ପୁଷ ମାସରେ ଲଗାଣ ବର୍ଷା ହେଲେ ଚାଷୀଙ୍କ କ୍ଷେତରେ ଥିବା ଫସଲକୁ କ୍ଷତି କରାଇଛି । ଅଦିନିଆ ବର୍ଷା ଚାଷୀକୂଳକୁ ଦୁଃଖ ସାଗରରେ ଭସାଇ ଦେଇଛି । ଜମିରେ…

ଦୁର୍ବଳ ହେଲା ଲଘୁଚାପ; ରାଜ୍ୟରେ କମିଲା ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇଛି । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ଏବଂ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।…

ଭିଜିଲାନ୍ସ ଜାଲରେ ଆରଆଇ

ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ରାଜସ୍ବ ନିରୀକ୍ଷକ (ଆରଆଇ) ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା ସହିତଘର ସମେତ କୋରାପୁଟ ଏବଂ…

୨ ବର୍ଷରେ ହେବ ୭୫ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୂର୍ବ ନବୀନ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ୧ ଲକ୍ଷ ୫୦ ହଜାର ପଦବୀ ଖାଲି ପଡ଼ିଥିବା ଦର୍ଶାଇ ସରକାର ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବେ ବୋଲି ସେ ଆଶ୍ୱାସନା ଦେଇଥିଲେ ।…

୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ୧୫୪୨ ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ସମୁଦାୟ ୨୭୧୧ ଟି ପ୍ୟାକ୍ସ (PACS)…

ବିମ୍ବାଧର କୁଅଁର, କାନନବାଳା, ରାଜାରାମ ଓ ରୁଦ୍ର ନାରାୟଣ ପାଇଲେ ‘ଅଟଳ ସମ୍ମାନ ୨୦୨୪’

କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିପାଇଁ ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖ, ତାଙ୍କ ଜନ୍ମ…

ବିଶ୍ୱର ସବୁଠୁ ବଡ ସାଣ୍ଟା କ୍ଲଜ ନିର୍ମାଣ କରି ବିଶ୍ୱ ରେକର୍ଡ଼ କଲେ ସୁଦର୍ଶନ ପଟ୍ଟନାୟକ

କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳାରେ, ବିଶ୍ୱର ସର୍ବବୃହତ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରି ୱାଲ୍ଡ ରେକର୍ଡ଼ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର,…

ରାଜନୀତିରେ ଆସିବାକୁ ରଘୁବରଙ୍କ ଇଚ୍ଛା: ବିଜୟ ପାଲ ସିଂ ତୋମାର

ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବାବେଳେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ପଦରୁ ଗତକାଲି ଇସ୍ତଫା ଦେଇଥିବାବେଳେ ରାଷ୍ଟ୍ରପତି…

ନୀତିଶ ଓ ନବୀନଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଗିରିରାଜ ସିଂହ

ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ । ୨୦୨୫ ରେ ବିହାରରେ ହେବାକୁଥିବା ବିଧାନସଭା ନିର୍ବାଚନରେ ପୁଣି ଏନଡିଏ ସରକାର ଗଠନ ହେବ । ଗତ ୧୦…