Category: ତାଜା ଖବର

୮ IPS ଅଫିସରଙ୍କୁ ମିଳିଲା ପଦୋନ୍ନତି

ଆଜି ୮ ଜଣ ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତି ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପିନାକ ମିଶ୍ର, ବି.…

ନୂଆବର୍ଷ ଉତ୍ସବ ପାଳିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏଥର ଇଂରାଜୀ ନୂଆବର୍ଷ ପାଳନ କରିବେନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇଂରାଜୀ ନବବର୍ଷ ଅବସରରେ ଆନୁଷ୍ଠାନିକ ଭାବରେ କୌଣସି ଉତ୍ସବ କିମ୍ବା ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ…

ବିଲକୁ ଗଲେ ନବୀନ; ଚାଷୀଙ୍କୁ ଭେଟିଲେ, ଦୁଃଖ ଶୁଣିଲେ, କ୍ଷତିପୂରଣ ଦାବି କଲେ

ଅଦିିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଶେରଗଡ଼ରେ ପହଞ୍ଚିବା ପରେ ସେ ତାକରଡ଼ା…

ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆଜି ସପ୍ତମ ଥର ଜନତା ପାଇଁ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଜନତା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରି…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ; ମାଲକାନଗିରି ଥାନାରେ ରୁଜ୍ଜୁ ହେଲା ମାମଲା

ଭାଗ୍ୟଶ୍ରୀ ସାହୁ ତଥା ସାହୁ ଭାଉଜଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ସାହୁ ଭାଉଜଙ୍କ ନାଁରେ ମାଲକାନଗିରି ପୋଲିସ ମାମଲା ରୁଜୁ କରିଛି । ଜିଲ୍ଲାର କୋଟାମେଟା ଅଞ୍ଚଳରେ ହେଉଥିବା ଯାତ୍ରାରେ…

ଫେବ୍ରୁଆରୀ ମାସରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମହାଲିଙ୍ଗ ବଡ଼ ସୂଚନା ଦେଇ କହିଛନ୍ତି ଆସନ୍ତାବର୍ଷ ଫେବୃଆରୀ ମାସରୁ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ…

ବୀମାଭୁକ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି ଜାନୁଆରୀ ୧ ଯାଏଁ ବୃଦ୍ଧି

ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା…

ଶ୍ରୀମନ୍ଦିରରେ ଅବ୍ୟବସ୍ଥା; ଠେଲାପେଲାରେ ୧୦ ଭକ୍ତ ଅସୁସ୍ଥ

ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବର୍ଷର ଶେଷରେ ପୁରୀରେ ଏବେ ବିଭିନ୍ନ ରାଜ୍ୟ ଓ ଦେଶରୁ ବହୁ ସଂଖ୍ୟକ ଭକ୍ତ ଆସି ଅସମ୍ଭାଳ ଭିଡ଼ ଜମାଉଛନ୍ତି । ଏଥିପାଇଁ ବାହାରକାଠ ନିକଟରେ ଜଗାକୁ…

ମେଲବୋର୍ଣ୍ଣ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; ରୋହିତ ଓ କୋହଲି ପୁଣି ଫେଲ୍

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଦିନରେ ଆଜି ଭାରତ ଦ୍ବିତୀୟ ପାଳିରେ ବ୍ୟାଟିଂ କରି ପରାଜୟର ସ୍ଵାଦ ଚାଖିଛି। ବକ୍ସିଂ ଡେ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ହୋଇଛି।…

ଭୁବନେଶ୍ୱରରେ ଫୁଡ ବ୍ଲଗର ଯୁବତୀଙ୍କ ଆତ୍ମହତ୍ୟା !

ହଷ୍ଟେଲରୁ ଫୁଡ୍‌ ବ୍ଲଗର ଯୁବତୀଙ୍କ ମୃତଦେହ ଉଦ୍ଧାର । ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ରରେ ଥିବା ଲେଡିଜ ହଷ୍ଟେଲରେ ଫୁଡ଼ ବ୍ଲଗର ସୋନାଲି ସଂଘମିତ୍ରା ପରିଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର…