Category: ତାଜା ଖବର

ଠକ ହଂସିତାଙ୍କ ସ୍ବାମୀ ଅନୀଲ ନୁହେଁ ସରୋଜ ସାହୁ

ଫିଟିଲା ହଂସିତାଙ୍କ ସ୍ବାମୀ ଗୁମର । ଭୁବନେଶ୍ଵରରେ ବହୁ ଚର୍ଚ୍ଚିତ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସାଙ୍କ ସ୍ବାମୀ ଅନୀଲ ନୁହେଁ ସରୋଜ ସାହୁ। କୋର୍ଟରେ ଜାମିନ ଆବେଦନ ଶୁଣାଣି ବେଳେ ଏହି ଚାଞ୍ଚଲ୍ୟକର ବୟାନ ଏବେ ସାମ୍ନାକୁ ଆସିଛି । ସରୋଜ…

ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସୁସଙ୍ଗଠିତ କରିବାକୁ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷା ନୀତି-୨୦୨୦ (ଏନ୍ଇପି) । ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ନେଇ ଆଜି ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ: ଆଇନ ମନ୍ତ୍ରୀ

ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ । ସ୍ବତନ୍ତ୍ର ଆଇନ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ…

ନବଦାସ ହତ୍ୟା ମାମଲା; ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଲେ ନିଆଯିବ ନିଷ୍ପତ୍ତି: ଆଇନ ମନ୍ତ୍ରୀ

ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡାରେ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପୁଣି ଥରେ ରାଜନୀତି ପାଣିପାଗ ସରଗରମ ହୋଇଛି । ହତ୍ୟାକାଣ୍ଡର ଦୀର୍ଘ ୨ ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଝିଅ ଦୀପାଳି ଦାସ…

ଛତିଶଗଡ଼ରେ ଆଇଡି ବିସ୍ଫୋରଣ; ୨ ଯବାନ ଗୁରୁତର

ଛତିଶଗଡ଼ରେ ଆଇଡି ବିସ୍ଫୋରଣ । ଏଥିରେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡା ଥାନା ପୁଟକେଲ ଗାଁ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଯବାନ ଆହତମାନଙ୍କୁ ଉଦ୍ଧାର…

ସ୍ପେଡେକ୍ସ ମିଶନରେ ଇସ୍ରୋକୁ ମିଳିଲା ବଡ଼ ସଫଳତା; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମହାକାଶରେ ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)ର ସଫଳତାର କାହାଣୀରେ ଆଉ ଏକ ସଫଳତାର ପୃଷ୍ଠା ଯୋଡ଼ି ହୋଇଛି । ଇସ୍ରୋର ସ୍ପେଡେକ୍ସ ମିଶନ୍ ସଫଳ ହୋଇଛି । ମହାକାଶରେ ସ୍ପେଶ୍ ଡକିଂ ପ୍ରକ୍ରିୟା ସଫଳ ହୋଇଛି…

ଆଜିଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ

ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ତେବେ ଆଜି ମାତ୍ର ଘଣ୍ଟେ କି ଦୁଇ ଘଣ୍ଟା କାମ ହେବାର ସମ୍ଭାବନା ରହିଛି । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର…

ବଲିଉଡ଼ର ଅଭିନେତା ସୈଫ ଅଲି ଖାନ୍‌ଙ୍କୁ ଛୁରାମାଡ଼

ବଲିଉଡ଼ର ବିଶିଷ୍ଟ ଅଭିନେତା ସୈଫ ଅଲି ଖାନ୍‌ଙ୍କୁ ଆକ୍ରମଣ। ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଛନ୍ତି। ପାଖାପାଖି ୨ରୁ ୩ ଥର ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ…

ଶ୍ରୀମନ୍ଦିର ଭିତରେ ଟଳି ପଡିଲେ ସୁଆର ବଡୁ ସେବାୟତ

ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦିର ଭିତରେ ଟଳି ପଡିଲେ ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି । ରତ୍ନ ସିଂହାସନ ନିକଟରେ ସେବା କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଛାତିରେ ତାଙ୍କୁ ଯନ୍ତ୍ରଣା ହୋଇଥିଲା ସେ ପଡିଯାଇଥିଲେ । ଗୁରୁତର…

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହେଲେ ଓଏଏସ ଆଲୋକ ପ୍ରଧାନ

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହେଲେ ଓଏଏସ ଆଲୋକ ପ୍ରଧାନ। ନୂଆ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ୍) ଭାବରେ କାର୍ଯ୍ୟ କରୁଥିଲେ ଓଏଏସ…