case-registered-against-titilagarh-mla-naveen-jain-pso-suspended-in-blank-firing-case
ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ତାଙ୍କ ପିଏସ୍‌ଙ୍କ ନାଁରେ ମାମଲା ରୁଜୁ ହୋଇଛି । ଟିଟିଲାଗଡ଼ ଥାନାରେ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ରାମ ନବମୀ ଅବସରରେ ଟିଟିଲାଗଡରେ ଅନୁଷ୍ଠିତ ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବ୍ଲାଙ୍କ ଫାୟାରିଂ ପାଇଁ ମାମଲା ରୁଜୁ ହୋଇଛି ।
 
ଅନ୍ୟ ପକ୍ଷରେ ଟିଟଲାଗଡ଼ ବିଧାୟକ ନବୀନ ଜୈନଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କ ବିରୋଧରେ ଆକ୍ସନ ନିଆଯାଇଛି । ପୋଲିସ୍‌ର ପ୍ରାଥମିକ ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିଧାୟକ ନବୀନ ଜୈନଙ୍କ ସୁରକ୍ଷା ଦାୟିତ୍ୱରୁ ପିଏସ୍‌ଓଙ୍କୁ ଅନ୍ତର କରାଯାଇଛି ।
 
ଏସ୍‌ପି ଅଫିସରେ ଉତ୍ତରାଞ୍ଚଳ ଆଇଜିଙ୍କ ଜେରା ପରେ ପିଏସ୍‌ଓ ପ୍ରେମଚାନ୍ଦ ନାଗ ସସ୍‌ପେଣ୍ଡ ହୋଇଛନ୍ତି । ପିଏସ୍‌ଓ ସସ୍‌ପେଣ୍ଡ ନେଇ ବଲାଙ୍ଗୀର ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି ।ତେବେ ବିଧାୟକ ତାହା ଖେଳନା ବନ୍ଧୁକ ଥିଲା ବୋଲି କହିଛନ୍ତି । ବନ୍ଧୁକକୁ ଜବତ କରି ଟିଟିଲାଗଡ଼ ପୋଲିସ ତଦନ୍ତ କରୁଛି ।

By Nirvay

Leave a Reply

Your email address will not be published. Required fields are marked *