ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, ଝିଅ ଆହତ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ଓ ଝିଅ ଆହତ ।କାର୍ରେ ଆସୁଥିବା ବେଳେ ଏନ୍ଏଚ୍ ୫୫ ହଣ୍ଡପା ନିକଟରେ ଆଉ ଏକ କାର୍ ସହ ଧକ୍କା । ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ଓ ଝିଅ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ୱାଳ, ଝିଅ ଅମିତା ବିଶ୍ୱାଳ ଓ ନାତୁଣୀ ଏକ କାରରେ ଝାରସୁଗୁଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଆଗରେ ଥିବା ଚଳନ୍ତା କାରଟି କୌଣସି କାରଣବଶତଃ ହଠାତ୍ ବ୍ରେକ ଦେବାରୁ ପଛ କାର ତାକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆଘାତପ୍ରାପ୍ତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । Post navigation ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ ଘାରିଲାଣି ଝାଡ଼ାବାନ୍ତି ଡର; ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ