ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୬ ତାରିଖରେ ହେବ ଭୋଟ । ୧୪ରେଗଣତି । ପ୍ରଥମ ପର୍ଯ୍ୟାୟରେ ୨୪୩ ଆସନରୁ ୧୮ ଜିଲ୍ଲାର ୧୨୧ ଆସନରେ ହେବ ଭୋଟ ।  ମଇଦାନରେ ଅଛନ୍ତି ୧ ହଜାର ୩୧୪ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୧୩୩ ଜଣ ହେଉଛନ୍ତି ମହିଳା । ଶେଷ ଦିନରେ ଜୋରଦାର ପ୍ରଚାର କରିବେ ବିଭିନ୍ନ ଦଳର ହେଭିୱେଟ୍ । ସନ୍ଧ୍ୟା ୫ଟା ପରେ ନିର୍ବାଚନ କମିଶନ ଲାଗୁ କରିବେ ଧାରା ୧୨୬ । ୧୩୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।

ଏନଡିଏରେ ହୋଇଥିବା ଆସନ ବୁଝାମଣା ଅନୁସାରେ ପ୍ରଥମ ପର୍ଯ୍ୟାୟ ଲାଗି ଜେଡିୟୁ ୫୭, ବିଜେପି ୪୮ ଓ ଏଲଜିପି(ରାମବିଳାସ) ୧୩ ଆସନରେ ଲଢୁଛନ୍ତି । ସେହିପରି ମହାଗଠବନ୍ଧନ ପକ୍ଷରୁ ଆରଜେଡି ୭୨, କଂଗ୍ରେସ ୨୪, ସିପିଆଇଏମଏଲ ୧୪ ଆସନରେ ଲଢୁଛନ୍ତି ।

ଆଜି ସନ୍ଧ୍ୟା ୫ଟାରୁ, ନିର୍ବାଚନ କମିଶନ ଧାରା ୧୨୬ ଲାଗୁ କରିବେ। ଏହି ବ୍ୟବସ୍ଥାର ମୂଳ ଅର୍ଥ ହେଉଛି ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଆଉ କୌଣସି ପ୍ରକାରର ତୀବ୍ର ପ୍ରଚାରରେ ନିୟୋଜିତ ହୋଇପାରିବେ ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳନେତାଙ୍କ କ୍ୟାମ୍ପ ବିହାରରେ ଲାଗିଛି । ଭୋଟରଙ୍କ ମନ ଜିଣିବା ଲାଗି ଚାଲିଛି ଟକ୍କର।ଏନଡିଏ ଏବଂ ମହାଗଠବନ୍ଧନ ଉଭୟର ଷ୍ଟାର ପ୍ରଚାରକ ଏବଂ ବରିଷ୍ଠ ନେତାମାନେ ସମସ୍ତ ପ୍ରକାରର ପ୍ରୟାସ କରିଛନ୍ତି, ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଜିତାଇବା ପାଇଁ ଅନ୍ତିମ ପ୍ରୟାସ କରୁଛନ୍ତି। ପ୍ରଚାରର ଅଂଶ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବ୍ୟାପୀ ଅନେକ ସାଧାରଣ ସଭା ଏବଂ ରୋଡଶୋ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *