Campaigning for Delhi Assembly polls ends

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ସୋମବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି ।

ଫେବୃଆରି ୫ ତାରିଖରେ ମତଦାନ ହେବ ଏବଂ ଫେବୃଆରି ୮ ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚଳାଇଥିଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ ।

ଦିଲ୍ଲୀର ୧୫.୬ ନିୟୁତ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ ।ନିର୍ବାଚନ ଆୟୋଗ ଫେବୃଆରି ୫ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏମସିଡି ପକ୍ଷରୁ ଆଜି ସୁଦ୍ଧା ମୋଟ ୧୮,୮୨,୮୨୯ ପୋଷ୍ଟର, ବ୍ୟାନର, ହୋର୍ଡିଂ ଓ ପତାକା ଇତ୍ୟାଦି ହଟାଇ ଦିଆଯାଇଛି । ଫେବୃଆରି ୫ତାରିଖକୁ ଦିଲ୍ଲୀ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *