ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ପିଏମ-ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି, ଯାହା ମିଶନ ଆଧାରରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ଏହି ପଦ୍ଧତି ଦ୍ୱାରା ଦେଶର ଶ୍ରେଷ୍ଠ ୮୬୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ପ୍ରଦାନ କରିବା ସହଜ ହେବ ଏବଂ ପ୍ରତିବର୍ଷ ୨୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ସୁବିଧା ପାଇପାରିବେ। ଏହି ଛାତ୍ରମାନେ ସମସ୍ତ ପାଠ୍ଯକ୍ରମ ସମ୍ବନ୍ଧୀୟ ଖର୍ଚ୍ଚ ପୂରଣ କରିବା ପାଇଁ ଆର୍ଥିକ ସଂଗଠନରୁ ବନ୍ଧକ-ମୁକ୍ତ, ଗ୍ଗ୍ୟାରେଣ୍ଟର-ମୁକ୍ତ ଋଣ ପାଇବାକୁ ଯୋଗ୍ଯ ହେବେ। ୭.୫ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଋଣ ରାଶି ପାଇଁ ଛାତ୍ରମାନେ ବକେୟା ଋଣର ୭୫% କ୍ରେଡିଟ୍ ଗ୍ଗ୍ୟାରେଣ୍ଟି ପାଇବାକୁ ଯୋଗ୍ଯ ହେବେ।ଏହାଦ୍ୱାରା ବ୍ୟାଙ୍କଗୁଡ଼ିକୁ ଏହି ପଦକ୍ଷେପ ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଋଣ ଉପଲବ୍ଧ କରାଇବାରେ ସହାଯକ ହେବେ।ଏହା ବ୍ଯତୀତ, ୮ଲକ୍ଷ ଟଙ୍କା ପର୍ଯ୍ଯନ୍ତ ବାର୍ଷିକ ପାରିବାରିକ ଆୟ ଥିବା ଛାତ୍ର ଯେଉଁମାନେ ଅନ୍ଯ କୌଣସି ସରକାରୀ ଛାତ୍ରବୃତ୍ତି କିମ୍ବା ସୁଧ ସବସିଡି ଯୋଜନା ଅଧୀନରେ ଲାଭ ପାଇବାକୁ ଯୋଗ୍ଯ ନୁହଁନ୍ତି, ୧୦ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଋଣ ଉପରେ ୩% ସୁଧ ସବସିଡି ପାଇବେ। ଏହି ଯୋଜନା ଏନଆଇଆରଏଫ ରାଙ୍କିଙ୍ଗ ଦ୍ୱାରା ନିର୍ଦ୍ଧାରିତ ଦେଶର ଉଚ୍ଚ ଗୁଣବତ୍ତା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ଲାଗୁ ହେବ, ଯେଉଁଥିରେ ସମସ୍ତ ସରକାରୀ ଏବଂ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ, ଯେଉଁମାନେ ସାମଗ୍ରିକ, ବର୍ଗ-ନିର୍ଦ୍ଦିଷ୍ଟ ଏବଂ ଡୋମେନ୍-ନିର୍ଦ୍ଦିଷ୍ଟ ରାଙ୍କିଙ୍ଗରେ ଏନଆଇଆରଏଫରେ ଶୀର୍ଷ ୧୦୦ ମଧ୍ଯରେ ସ୍ଥାନ ପାଇଛନ୍ତି ଓ ରାଜ୍ଯ ସରକାରଙ୍କ ଯେଉଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଏନଆଇଆରଏଫରେ ୧୦୧-୨୦୦ ସ୍ଥାନରେ ଅଛନ୍ତି | Post navigation ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ବିଧାନସଭାରେ ଧାରା ୩୭୦ ବ୍ୟାନର ପ୍ରଦର୍ଶନକୁ ନେଇ ହାତାହାତି ହେଲେ ଏକାଧିକ ଦଳର ବିଧାୟକ