କେନ୍ଦ୍ର କ୍ୟାବିନେଟ୍ ନଭେମ୍ବର ୧୦ ରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ଘୋଷଣା କରିବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ପ୍ରାଣହାନି ପାଇଁ ଗଭୀର ଦୁଃଖ ପ୍ରକାଶ କରିଛି ଏବଂ ଏହାକୁ ‘ଆତଙ୍କବାଦୀ ଆକ୍ରମଣ’ ବୋଲି କହିଛି । ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ସେମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି କ୍ୟାବିନେଟ୍ । ସୋମବାର ସନ୍ଧ୍ୟାରେ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମ୍ମାନ ସ୍ୱରୂପ, କ୍ୟାବିନେଟ୍ ବୈଠକରେ ଦୁଇ ମିନିଟ୍ ନୀରବତା ପାଳନ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ପ୍ରସ୍ତାବ ପାଠ କରି କହିଛନ୍ତି ଯେ, ନଭେମ୍ବର ୧୦ ତାରିଖରେ ଲାଲକିଲ୍ଲା ନିକଟରେ ହୋଇଥିବା ଦେଶ ବିରୋଧୀ କାର ବୋମା ବିସ୍ଫୋରଣ ଏକ ଜଘନ୍ୟ ଆତଙ୍କବାଦୀ ଘଟଣା । ଏହି ଆତଙ୍କବାଦୀ ଆକ୍ରମଣର ତୁରନ୍ତ ଏବଂ ପ୍ରୋଫେସନାଲ୍ ତଦନ୍ତ ପାଇଁ କ୍ୟାବିନେଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । Post navigation Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣା: ଆହତଙ୍କୁ ହସ୍ପିଟାଲ୍ରେ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି