ସିଲଚର୍- ସିଲଂ ହାଇସ୍ପିଡ କରିଡରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିରେ ସିଲଚର୍- ସିଲଂ ହାଇସ୍ପିଡ କରିଡରକୁ ମଞ୍ଜୁରୀ ମିଳିଛି । ୨୨ହଜାର ୮୬୪କୋଟି ବ୍ୟୟ ଅଟକଳରେ ୩ବର୍ଷରେ କାମ ଶେଷ ହେବ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟରୁ ଆସାମକୁ ୪ ଲେନ୍ ରାସ୍ତା ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆକସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ହାଇ-ସ୍ପିଡ୍ କରିଡର ଭାବରେ ମେଘାଳୟର ମାଓଲିଙ୍ଗଖୁଙ୍ଗ (ଶିଲଙ୍ଗ ନିକଟ) ଠାରୁ ଆସାମର ପଞ୍ଚଗ୍ରାମ (ସିଲଚର ନିକଟରେ) ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଆକ୍ସେସ୍ ନିୟନ୍ତ୍ରିତ ୧୬୬.୮୦ କିଲୋମିଟର ଜାତୀୟ ରାଜପଥ ର ବିକାଶ, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରକଳ୍ପର ଦୈର୍ଘ୍ୟ ୧୬୬.୮୦ କିଲୋମିଟର ମେଘାଳୟ (୧୪୪.୮୦ କିମି) ଏବଂ ଆସାମ (୨୨.୦୦ କିମି)ରେ ରହିଛି। ପ୍ରସ୍ତାବିତ ଗ୍ରୀନଫିଲ୍ଡ ହାଇସ୍ପିଡ୍ କରିଡର ଗୁଆହାଟୀରୁ ସିଲଚର କୁ ଯାଉଥିବା ଟ୍ରାଫିକ ପାଇଁ ସେବା ସ୍ତରରେ ଉନ୍ନତି ଆଣିବ । ଏହି କରିଡରର ବିକାଶ ଦ୍ୱାରା ତ୍ରିପୁରା, ମିଜୋରାମ, ମଣିପୁର ଏବଂ ଆସାମର ବରାକ ଉପତ୍ୟକା ଅଞ୍ଚଳକୁ ମୁଖ୍ୟ ଭୂମି ଏବଂ ଗୌହାଟୀରୁ ଯୋଗାଯୋଗରେ ଉନ୍ନତି ଆସିବ । ଏହି କରିଡର ଗୁଆହାଟୀ ବିମାନବନ୍ଦର, ଶିଲଙ୍ଗ ବିମାନବନ୍ଦର, ସିଲଚର ବିମାନବନ୍ଦର (ବର୍ତ୍ତମାନର ଜାତୀୟ ରାଜପଥ-୦୬ ମାଧ୍ୟମରେ) ରୁ ଗୁଆହାଟୀରୁ ସିଲଚରକୁ ସଂଯୋଗ କରୁଥିବା ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏହା ଦ୍ୱାରା ଉତ୍ତର-ପୂର୍ବାଞ୍ଚଳରେ ପର୍ଯ୍ୟଟନ ଆକର୍ଷଣର ପ୍ରାକୃତିକ ସ୍ଥାନଗୁଡ଼ିକୁ ଯୋଡ଼ିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ। ଏହି ପ୍ରକଳ୍ପ ଆଲାଇନମେଣ୍ଟ ଜାତୀୟ ରାଜପଥ-୨୭, ଜାତୀୟ ରାଜପଥ-୧୦୬, ଜାତୀୟ ରାଜପଥ-୨୦୬, ଜାତୀୟ ରାଜପଥ-୩୭ ସମେତ ପ୍ରମୁଖ ପରିବହନ କରିଡର ସହିତ ସମନ୍ୱିତ ହୋଇ ଗୌହାଟୀ, ଶିଲଂ, ସିଲଚର, ଡିଙ୍ଗପାସୋହ, ଉମ୍ମୁଲଙ୍ଗ, ଫ୍ରାମେର, ଖଲିୟରିଆଟ, ରାତାଚେରା, ଉମକିଆଙ୍ଗ, କାଲାଇନ କୁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ । Post navigation ପ୍ରଭାସିନୀ ବେହେରା ଓ ଦେବୀ ଶବରଙ୍କୁ ମିଳିଲା ୧୦ଲକ୍ଷ ଟଙ୍କା ଲେଖାଏ ସହାୟତା; ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ଜଣାଇଲେ କୃତଜ୍ଞତା ଷଷ୍ଠ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଉଭୟ ଦେଶର DGMOଙ୍କ କଥାବାର୍ତ୍ତା