କେନ୍ଦ୍ର କ୍ୟାବିନେଟର ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର। ଗହମର ଏମଏସପି କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ହୋଇଛି। ଏହାର ଅର୍ଥ ଚାଷୀମାନେ ଏଣିକି ଗହମ କ୍ୱିଣ୍ଟାଲ ପିଛା ୨୪୨୫ ଟଙ୍କାରେ ବିକ୍ରି କରିପାରିବେ। ପୂର୍ବରୁ ସେମାନେ କ୍ୱିଣ୍ଟାଲ ପିଛା ୨୨୭୫ ଟଙ୍କା ପାଉଥିଲେ। ସେହିପରି ବାଜରାରେ ୧୩୦ ଟଙ୍କା ବୃଦ୍ଧି ହୋଇଛି । ଏହା ସହ ସୋରିଷରେ ଚାଷୀମାନେ କ୍ୱାଣ୍ଟାଲ ପିଛା ଅଧିକ ୩୦୦ ଟଙ୍କା ଏମଏସ୍ପି ଆକାରରେ ପାଇବେ। ଚଣାର ଏମଏସ୍ପି ମଧ୍ୟ କେନ୍ଦ୍ର ସରକାର ବଢ଼ାଇଛନ୍ତି। ଚଣାର ଏମଏସ୍ପି କ୍ୱିଣ୍ଟାଲ ପିଛା ୨୧୦ ଟଙ୍କା ବଢ଼ିଛି। ବାର୍ଲିର ଏମଏସ୍ପି ୧୩୦ ଟଙ୍କା, ମୁଗର ୨୧୦, ମସୁର ଡାଲିର ଏମଏସ୍ପି ୨୭୫ ଟଙ୍କା ଓ କୁସୁମର ଏମଏସ୍ପିକୁ କେନ୍ଦ୍ର ସରକାର ୧୪୦ ଟଙ୍କା ବୃଦ୍ଧି କରିଛନ୍ତି। Post navigation ପୁରୀ ପାଇଁ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍; ୨ ଦିନରେ ୧୨ ବିମାନକୁ ବୋମା ଧମକ