ବାଲେଶ୍ୱରରେ ଆଜି ଦେଖିବାକୁ ମିଳିଛି ବିଜେପିର ହେଭିୱେଟ ନେତାଙ୍କ ରୋଡ ଶୋ’ । ଶହ ଶହ ସମର୍ଥକଙ୍କ ସହ ରୋଡ୍ ସୋ’ କରିବା ପରେ ଏକ ବୈଠକ ମଧ୍ୟ କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପିର ୫ ହେଭିୱେଟ୍ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏକାଠି ହୋଇ ନିର୍ବାଚନ ରଣନୀତି ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଚାଲେଞ୍ଜ କରି କହିଛନ୍ତି ଯେ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ସମଗ୍ର ଓଡ଼ିଶାବାସୀଙ୍କୁ ଜୁନ୍‌ ୧୦ ତାରିଖ ପାଇଁ ନିମନ୍ତ୍ରଣ କରି ଯାଇଛନ୍ତି। ଏଥର ପ୍ରଧାନମନ୍ତ୍ରୀଙ୍କ ୪ଶହ ପାର ନାରାକୁ ସଫଳ କରିବା । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆମେ ଶତ ପ୍ରତିଶତ ଚେଷ୍ଟା କରିବା। ଫଳରେ ୧୦ ତାରିଖରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି । କାରଣ କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବିକାଶ ଅଧିକ ତ୍ୱରାନ୍ୱିତ ହେବ । ନବ ଓଡ଼ିଶାର ନିର୍ମାଣ ହେବ ।

By Nirvay

Leave a Reply

Your email address will not be published. Required fields are marked *