୫୦ ଫୁଟ୍ ଉଚ୍ଚ ପାଣି ଟାଙ୍କି ଉପରେ ଫସିଲା ଷଣ୍ଢ। ଭଦ୍ରକ ତିହିଡ଼ି ବ୍ଲକ ତଳବନ୍ଧ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଷଣ୍ଢକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଛି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍, ପ୍ରାଣୀସମ୍ପଦ ଅଧିକାରୀ, ବିଡିଓ, ତହସିଲଦାର ବି ଘଟଣାସ୍ଥଳକୁ ପହଞ୍ଚି କଲେ ତଦାରଖ । କେମିତି ଷଣ୍ଢକୁ ତଳକୁ ଅଣାଯିବ ସେନେଇ ଅକଲ ଗୁଡୁମ୍ । ଶେଷରେ ୮ ଘଣ୍ଟାର କସରତ ପରେ ଷଣ୍ଢଟିକୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଛି। ସୂଚନା ମୁତାବିକ, ଷଣ୍ଢଟି ପ୍ରାୟ ୮ ଘଣ୍ଟା ହେଲା ପାଣି ଟାଙ୍କି ଉପରେ ଫସିରହିଥିଲା। ଏନେଇ ଖବର ମିଳିବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍, ପ୍ରାଣୀସମ୍ପଦ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। Post navigation ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍ ପାଇଁ ଫୋନ୍ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ ନିଜକୁ ଜାଳିଦେଲେ ଆଇନଜୀବୀ