ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ଏହା ପରେ ସେ କହିଛନ୍ତି ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି । ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ବାମୀତ୍ବ କାର୍ଡରେ ସାମିଲ କରାଯାଇଛି । ଆବାସ ସହ ଶିକ୍ଷା ଓ ରୋଜଗାର ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ସହ ଆୟୁଷ୍ମାନ ଯୋଜନାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଅଧିକ ବୟସର ୬ କୋଟି ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି । ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି । ଏହା ସହ ସରକାର ଅଷ୍ଟମ ବେତନ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀମାନେ ବହୁତ ଉପକୃତ ହେବେ। ଭାରତ ଖୁବ୍ ଶୀଘ୍ର ଶ୍ରେଷ୍ଠ ୩ଟି ବୃହତ୍ ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇଯିବ। ଏହି ସରକାର ମାତୃଭାଷାରେ ଶିକ୍ଷାର ସୁଯୋଗ ଦେଉଛନ୍ତି। ସରକାରୀ ବିମାନ ଯୋଜନା ବିମାନ ଯାତ୍ରାର ସ୍ୱପ୍ନ ପୂରଣ କରିବ। ରାଷ୍ଟ୍ରପତି କହିଛନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଉଦ୍ଘାଟନ ଶିକ୍ଷା କ୍ଷେତ୍ରରେ ଭାରତର ଗୌରବକୁ ପୁନରୁଦ୍ଧାର କରିଛି। ସେହି ଦିନ ଦୂର ନୁହେଁ ଯେତେବେଳେ ଜଣେ ଭାରତୀୟ ନାଗରିକ ଭାରତର ଗଗନଯାନ ଅଭିଯାନରେ ମହାକାଶକୁ ଯିବେ। କିଛି ଦିନ ତଳେ ମହାକାଶ ଡକିଂରେ ସଫଳତା ଭାରତର ନିଜସ୍ୱ ମହାକାଶ ଷ୍ଟେସନକୁ ଯିବା ରାସ୍ତାକୁ ସହଜ କରିଦେଇଛି। କିଛି ଦିନ ତଳେ ଇସ୍ରୋ ଏହାର ୧୦୦ତମ ଉତକ୍ଷେପଣ ସମୟରେ ଏକ ଉପଗ୍ରହକୁ ସଫଳତାର ସହ ସ୍ଥାପନ କରିଥିଲା। ଏହି ସଫଳତା ପାଇଁ ମୁଁ ଇସ୍ରୋ ଏବଂ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଆଜି ଆମର ଯୁବପିଢ଼ି ଷ୍ଟାର୍ଟଅପ୍ ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ଦେଶକୁ ଗର୍ବିତ କରୁଛନ୍ତି। ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆ ଭଳି ପଦକ୍ଷେପ ଯୁବବର୍ଗଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଛି। ଆମ ଝିଅମାନେ ଅଲିମ୍ପିକ୍ସରେ ଦେଶର ସମ୍ମାନ ବଢ଼ାଉଛନ୍ତି। ଦେଶର ଯୁବପିଢ଼ି ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। ଗତ ଦଶନ୍ଧି ମଧ୍ୟରେ ଯୁବକମାନେ ଅନେକ ନିଯୁକ୍ତି ସୁଯୋଗ ପାଇଛନ୍ତି। ୩୦ ଲକ୍ଷ କୋଟିପତି ଭଉଣୀ ସୃଷ୍ଟି କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି। ସେହିପରି ଦେଶରେ ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ ଦୌଡୁଛି । ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି’ । ଦିଲ୍ଲୀରେ ରିଥାଲା, ନରେଲା, କୋଣ୍ଡଲି ନେଟୱାର୍କର କାମ ଆରମ୍ଭ ହୋଇଛି। ମୋ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଦିଲ୍ଲୀରେ ମେଟ୍ରୋ ମାର୍ଗ କ୍ରମାଗତ ଭାବେ ସମ୍ପ୍ରସାରିତ ହେଉଛି ଦିଲ୍ଲୀରେ ମେଟ୍ରୋ ମାର୍ଗ ୨୦୦ କିଲୋମିଟରରୁ ଦ୍ୱିଗୁଣିତ ହୋଇଛି। ଭାରତର ମେଟ୍ରୋ ନେଟୱାର୍କ ୧୦ କିଲୋମିଟରର ମାଇଲଖୁଣ୍ଟ ଅତିକ୍ରମ କରିଛି। ମେଟ୍ରୋ ରୁଟ୍ ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ଦେଶ ପାଲଟିଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପ୍ରସାରଣ କରିବା ସହ ଅତିରିକ୍ତ ୩ କୋଟି ପରିବାରକୁ ନୂଆ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆଦିବାସୀ ସମ୍ପ୍ରଦାୟର ପାଞ୍ଚ କୋଟି ଲୋକଙ୍କ ପାଇଁ ଧରାଟି ଆବା ଆଦିବାସୀ ଗାଁ ଉତ୍କର୍ଷ ଅଭିଯାନ ଆରମ୍ଭ ହୋଇଛି। ଆଜି ମୋ ସରକାର ଅଭୂତପୂର୍ବ ସଫଳତା ମାଧ୍ୟମରେ ଭାରତର ବିକାଶ ଯାତ୍ରାର ଏହି ଅମୃତ କାଳରେ ନୂତନ ଶକ୍ତି ନିୟୋଜିତ କରୁଛନ୍ତି। ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଜି ଭାରତ ବଡ଼ ସଫଳତା ହାସଲ କରୁଛି। ଭାରତର ୟୁପିଆଇ ଟେକ୍ନୋଲୋଜିର ସଫଳତାକୁ ବିଶ୍ୱର ଅନେକ ଦେଶ ଦେଖୁଛନ୍ତି। ମୋ ସରକାର ସାମାଜିକ ନ୍ୟାୟ ଏବଂ ସଫଳତା ପାଇଁ ଡିଜିଟାଲ ଟେକ୍ନୋଲୋଜିକୁ ଏକ ଉପକରଣ ଭାବରେ ବ୍ୟବହାର କରୁଛନ୍ତି । ଏପରିକି ଭାରତର କ୍ଷୁଦ୍ରତମ ଦୋକାନୀ ମଧ୍ୟ ଏହି ସୁବିଧାରୁ ଉପକୃତ ହେଉଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତି ଆଉ ମଧ୍ୟ କହିଛନ୍ତି ଡିପ୍ ଫେକ୍ ଭଳି ଟେକ୍ନୋଲୋଜି ଜାତୀୟ, ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଏହି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସାଇବର ନିରାପତ୍ତା କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି। ଶିଶୁ-ମାତୃ ମୃତ୍ୟୁ ହାରରେ ମଧ୍ୟ ସୁଧାର ଆସିଛି ।କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ହଟାଯାଇଛି । ଏହା ସହ ଦେଶରେ ବିମାନ ବନ୍ଦର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ୧୭୦୦ରୁ ଅଧିକ ନୂଆ ବିମାନ ମଗାଯାଇଛି। ମେଡିକାଲ କଲେଜରେ ୭୫ ହଜାର ନୂଆ ସିଟ୍ ଯୋଡ଼ାଯିବ। ଭାରତରେ ଏଆଇ ମିଶନ ଆରମ୍ଭ ହୋଇଛି। ଏଆଇ ଡିଜିଟାଲ ଟେକ୍ନୋଲୋଜି ଭାରତରୁ ବିଶ୍ୱର ନେତୃତ୍ୱ ନେଉଛି। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ସଂଯୋଗ ଆରମ୍ଭ ହୋଇଛି। କଶ୍ମୀରରେ ନିର୍ମାଣ ହୋଇଛି ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି Post navigation ବଜେଟ୍ ପୂର୍ବରୁ ମୋଦିଙ୍କ ଅଭିଭାଷଣ; ଏ ବର୍ଷର ବଜେଟ ନୂଆ ଉର୍ଜା ସହ ଐତିହାସିକ ହେବ କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା