ରସୁଲଗଡ଼ରେ ଜଣେ ‘ପୁଲିସ ମିତ୍ର’ଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଛି । ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସେ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ଭୁବନେଶ୍ୱରରେ ବର୍ତ୍ତମାନ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେଉଛି । ରାଜଧାନୀକୁ ହଜାର ହଜାର ପ୍ରବାସୀ ଭାରତୀୟ ଆସିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜଧାନୀ ଆସୁଛନ୍ତି । ଏଥିପାଇଁ ଭୁବନେଶ୍ୱରର ଛକ ଛକରେ ଜଗିଛନ୍ତି ପୋଲିସ ଏବଂ ସୁରକ୍ଷାକର୍ମୀ । ହେଲେ ଏତେ କଡ଼ା ସୁରକ୍ଷା ମଧ୍ୟରେ ବି ରାଜଧାନୀରେ ଥମୁନି ଅପରାଧୀଙ୍କ ଆତଙ୍କରାଜ । ରସୁଲଗଡ଼ ଛକରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣା ଭୁବନେଶ୍ୱରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି । Post navigation ଇଡି ଜାଲରେ ପ୍ରତିଷ୍ଠିତ ଖଣି ବ୍ୟବସାୟୀ ରତ୍ନାକର ରାଉତ ନୂଆବର୍ଷରେ ଖୋଲିବି ନବୀନଙ୍କ ପାଞ୍ଜି: ପ୍ରଦୀପ ପାଣିଗ୍ରାହୀ