ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋର୍ଟ ଉଡାଇଦେବାକୁ ମିଳିଥିବା ମିଛ ବୋମା ଧମକର ସମୀକ୍ଷା କରିଛନ୍ତି । ଖୁବ ଶୀଘ୍ର ଓଡ଼ିଶା ପୋଲିସ ପକ୍ଷରୁ SOP ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବୋମା ଧମକ ମିଛ ଥିଲା, ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି ଧମକ ବାରମ୍ୱାର ଆସିବା ସମ୍ଭାବନା ଥିବାରୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ SOP ଜାରି ସହ ପ୍ରତ୍ୟେକ ମୁହୂର୍ତ୍ତରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ବୋମା ଚିହ୍ନଟ ଓ ନିଷ୍କ୍ରିୟକରଣ ସ୍କ୍ୱାଡ୍କୁ ଆହୁରି ସୁଦୃଢ଼ କରାଯିବ । ରାଜ୍ୟ ସରକାରଙ୍କ ଦକ୍ଷ ବାହିନୀକୁ ଅତ୍ୟାଧୁନିକ ଟ୍ରେନିଂ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ସଚିବ ହେମନ୍ତ ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପୋଲିସ ଡିଜି ୱାଇ.ବି. ଖୁରାନିଆ ଓ ଆର୍.ପି. କୋଚେ ପ୍ରମୁଖ ଉପସ୍ଥିତ ଥିଲେ । କହିରଖୁଛୁ ଯେ, ଆଜି ଓଡ଼ିଶାର ତିନି କୋର୍ଟ – ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଇମେଲରେ ଧମକ ଆସିଥିଲା । ପରିସରକୁ ଖାଲି କରିବା ପରେ ସନ୍ଧାନୀ କୁକୁର ଓ ବମ୍ ସ୍ୱ୍କାଡ୍ ଦ୍ୱାରା ଯାଞ୍ଚ କରାଯାଇଥିଲା । Post navigation Jaundice Outbreak: ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା: ସ୍କୁଲ ପରିସରର ୨ଟି ସ୍ଥାନର ପାଣି ନମୁନା ପଜିଟିଭ Pollution Certificate: ଏପ୍ରିଲ ପହିଲା ଯାଏଁ କଟିବନି ପ୍ରଦୂଷଣ ଚାଲାଣ