ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ଧମକ। ମଙ୍ଗଳବାର ରଣବୀରଙ୍କୁ ଏକ ହ୍ବାଟ୍ସଆପ୍ ନୋଟ୍ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଭଏସନୋଟରେ ରଣବୀରଙ୍କୁ ୧ କୋଟି ଟଙ୍କା ଦେବାକୁ କୁହାଯାଇଥିବାବେଳେ, ନଦେଲେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ଧମକ ପାଇବା ପରେ, ସିଂହ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ, ଯାହା ପରେ ତାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ତୁରନ୍ତ ବୃଦ୍ଧି କରାଯାଇଥିଲା। ପ୍ରେରକ ଜଣକ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ସହିତ ଜଡିତ ଥିବା ଦାବି କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ବର୍ତ୍ତମାନ ଭଏସ୍ ନୋଟ୍ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ କାମ କରୁଛି। ତଦନ୍ତ ଜାରି ରହିଥିବାରୁ ଅଧିକ ବିବରଣୀ ଅପେକ୍ଷା କରାଯାଇଛି। ସୂଚନାଥାଉକି, ଏହା ପୂର୍ବରୁ ରବିବାର ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀଙ୍କ ଘର ବାହାର ମଧ୍ୟରେ ଫାୟାରିଂ ହୋଇଥିଲା। ଏହି ଗୁଳିକାଣ୍ଡ ପାଇଁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ଏହି ଘଟଣାରେ ପୁନେ ପୋଲିସ ୫ ଜଣକୁ ଅଟକ ରଖିଛି। Post navigation Single Window Clears 23 Projects: ୨୩ଟି ଶିଳ୍ପ ବିନିଯୋଗ ପ୍ରସ୍ତାବକୁ ମିଳିଲା ଅନୁମୋଦନ