ବଲିଉଡ଼ର ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ପରଲୋକ ଘଟିଥିବା ଚାରିଆଡ଼େ ଚର୍ଚ୍ଚା ହେଉଥିଲା ବେଳେ ଏହି ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ। ତାଙ୍କ ବାପା ସୁସ୍ଥ ଥିବା ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗଣମାଧ୍ୟମ ଗୁଡ଼ିକ ଅଧିକ ପ୍ରଚାର କରି ମିଛ ଖବର ପ୍ରସାର କରୁଥିବା ପରି ମନେ ହେଉଛି। ମୋ ବାପା ସ୍ଥିର ଅଛନ୍ତି ଏବଂ ସୁସ୍ଥ ହେଉଛନ୍ତି। ଆମେ ସମସ୍ତଙ୍କୁ ଆମର ପରିବାରର ଗୋପନୀୟତା ରଖିବାକୁ ଅନୁରୋଧ କରୁଛୁ। ବାପାଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା ପାଇଁ ଧନ୍ୟବାଦ। ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ଧର୍ମେନ୍ଦ୍ର ଦେଓଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ବ୍ରିଚ୍କାଣ୍ଡି ହସ୍ପିଟାଲରେ ଗତକାଲିଠୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଧର୍ମେନ୍ଦ୍ର । ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଅଭିନେତା ଭାବରେ ଗଣାଯାଉଥିବା ଧର୍ମେନ୍ଦ୍ର ୧୯୬୦ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଦିଲ୍ ଭି ତେରା ହମ୍ ଭି ତେରେ’ ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କୁ ୨୦୧୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ତାଙ୍କ ଛଅ ଦଶନ୍ଧିର କ୍ୟାରିୟରରେ, ସେ ‘ୟାଦୋଁ କି ବାରାତ’, ‘ମେରା ଗାଁ ମେରା ଦେଶ’, ‘ନୌକର ବିବି କା’, ‘ଫୁଲ ଔର ପଥର’, ‘ବେତାବ’ ଏବଂ ‘ଘାୟଲ’ ଭଳି ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। Post navigation Nuapada Bypoll: ନୂଆପଡା ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ହୋଇଛି ୧୪.୯୯ ପ୍ରତିଶତ ଭୋଟିଂ Presiding Officer Suspend: ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍ ସସ୍ପେଣ୍ଡ