ଭୁବନେଶ୍ୱର ମହାନଗର ନିଗମର କୋଟିପତି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢ଼ଉ ବେଳେ ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛଥିଲା । ନୟାଗଡ଼ ରଣପୁରରେ ଅଢ଼େଇ ଏକର ପରିମିତରେ ଏକ ବିଳାସପୂର୍ଣ୍ଣ ଫାର୍ମହାଉସ୍ ରହିଛି । ସେଠାରୁ ୨ଟି ହରିଣ ସିଂଘ ଓ ବନ୍ଧୁକ ଜବତ କରାଯାଇଛି । ଏହା ସହିତ ଅଳେଇଚ, ଡାଲଚିନି, ତେଜପତ୍ର, ଶାଗୁଆନ ଭଳି ଦାମୀ ଦାମୀ ଗଛ ରହିଛି । ଖାଲି ସେତିକି ନୁହେଁ ଫାର୍ମ ହାଉସ ଜବତ କରାଯାଇଛି । ସେଠାରେ ଏକ ବଡ଼ ପୋଖରୀରେ ମାଛ ଚାଷ, ୩୦ଟି ହଂସ ଏବଂ ୧୦ଟି ବତକ ମଧ୍ୟ ରହିଛି ।

ସେହିପରି ଜଗନ୍ନାଥ ପଟ୍ଟନାୟକଙ୍କର ମୋଟ ୩ଟି ବହୁତଳ ପ୍ରାସାଦ (ଗୋଟେ ଭୁବନେଶ୍ୱରରେ ଓ ୨ଟି ଗୁଣୁପୁରରେ),ଭୁବନେଶ୍ୱରରେ ୩ଟି ପ୍ଲଟ୍, ଫାର୍ମ ହାଉସ୍ (୧.୫୭ ଏକର), ୮୦ ଲକ୍ଷ ଜମା ରାଶି, ସୁନା ୪୬୦ ଗ୍ରାମ,ଏକ କାର,ଏକ ଦେଶୀ ବନ୍ଧୁକ,ଏକ ଯୋଡ଼ା ସମ୍ବର ସିଂଘ ଇତ୍ୟାଦି ମିଳିଛି । ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ମୂଲ୍ୟ ୭ କୋଟି ହେବ ବୋଲି ଆକଳନ କରାଯାଇଛି । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ଜଗନ୍ନାଥ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *