ଖୁବ୍‌ଶୀଘ୍ର ବାରିପଦାରେ କଳାବାଘ ସଫାରୀ ଆରମ୍ଭ ହେବା ନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସେ କହିଛନ୍ତି କଳା ବାଘ ସଫାରୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସିଜେଡଏ ଠାରୁ ଅନୁମତି ମିଳିଛି, ସୁପ୍ରିମକୋର୍ଟଙ୍କ ଅନୁମତିକୁ ଅପେକ୍ଷା ।

ପିସିସିଏଫ୍‌ ସୁଶାନ୍ତ ନନ୍ଦ ଆଉ ମଧ୍ୟ କହିଛନ୍ତି ନନ୍ଦନକାନନରେ ଥିବା ୪ଟି କଳା ମହାବଳ ଓ ଅନ୍ୟ ଏକ ବାଘକୁ ରଖାଯିବ । ଏହା ଦ୍ବାରା କଳା ବାଘ ବଂଶ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି ।  ଆଗକୁ କଳାବାଘଙ୍କ ବଂଶ ବୃଦ୍ଧି ହେଲେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ଯାହା ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ।

 

Leave a Reply

Your email address will not be published. Required fields are marked *