ଆଜିଠୁ ଅର୍ଥାତ ସେପ୍ଟେମ୍ବର ୨ ତାରିଖଠୁ ସାରା ଦେଶରେ ଆରମ୍ଭ ହୋଇଛି ଭାଜପା ଏକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ (ସଙ୍ଗଠନ ପର୍ବ) । ଏହି ସଦସ୍ୟତା ଅଭିଯାନ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ୮୮୦୦୦୦୨୦୨୪ ନମ୍ବର ଡାଏଲ୍ କରି ସଦସ୍ୟତା ଗ୍ରହଣ କରି ହେବ । ସଦସ୍ୟତା ହେଉଛି ସଂଗଠନର ଆତ୍ମା । ବିଜେପିରେ ଓଡ଼ିଶାରେ ୪୨ ଲକ୍ଷ ସଦସ୍ୟ ଅଛନ୍ତି ।

ମନମୋହନ ସାମଲ ଆଉ ମଧ୍ୟ କହିଛନ୍ତି କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସଦସ୍ୟତା ନେବେ । ସେପ୍ଟେମ୍ବର ୨ରୁ ୨୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଗ୍ରହଣ କରାଯିବ । ଅକ୍ଟୋବର ୧୦ରୁ ୧୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ସଦସ୍ୟତା ଗ୍ରହଣ ।

Leave a Reply

Your email address will not be published. Required fields are marked *