ଆଜି ବିଜେପିର ସଦସ୍ୟ ଅଭିଯାନ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ତାଙ୍କ ସହ ଉପମୁଖ୍ୟାମନ୍ତ୍ରୀ କେଭି ସିଂଦେଓ, ପ୍ରଭାରି ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଧାୟକ ଏବଂ ସାଂସଦ ମାନେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଉଛନ୍ତି । ସେ କହିଛନ୍ତି ସଦସ୍ୟ ସଂଗ୍ରହ ଅଭିଯାନ ବଢ଼ିଥିଲେ ବି ଆଗକୁ ଆହୁରି ବଢ଼ିବ । ଆଗାମୀ ୫ ବର୍ଷରେ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ କରିବା । ବିଜେପି ରାଜନୈତିକ ଘୋଷଣାପତ୍ର ପ୍ରତିଶ୍ରୁତି ଅନୁସାରେ କ୍ଷମତାକୁ ଆସିଛି। ସରକାର ପରିବର୍ତ୍ତନ ହୋଇଛି । ରାଜ୍ୟରେ ବିଜେପି ସରକାର ଆସିବ ଦ୍ଵାରା ସାଢ଼େ ୪ କୋଟି ଲୋକ ଖୁସି ଅଛନ୍ତି । ମୋଦିଙ୍କ ପୂର୍ବୋଦୟ ଲକ୍ଷ୍ୟ ଓଡ଼ିଶାରୁ ହିଁ ଆରମ୍ଭ ହୋଇଛି । ମହିଳା ସଶକ୍ତୀକରଣ ପାଇଁ ୧୭ରେ ସୁଭଦ୍ରା ଯୋଜନା ଆରମ୍ଭ ହେବାକୁ ଯାଉଛି । ୧ ଲକ୍ଷ ମହିଳାଙ୍କ ଉପସ୍ଥିତିରେ ଯୋଜନା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ।

ସେହିପରି ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଭିଭାଷଣ। ସେ କହିଛନ୍ତି ବିଜେପର ସଦସ୍ୟ ହୋଇ ଆମେ ଗର୍ବିତ । ବିଜେପିର ସଦସ୍ୟତା ଅଭିଯାନରେ ସମାଜର ସବୁବର୍ଗ ଓ ସବୁସ୍ତରର ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଘରକୁ ଘର ଯାଇ ଅଭିଯାନକୁ ସଫଳ କରିବାକୁ ବିଜେପି ପ୍ରସ୍ତୁତ କରିଛି ଯୋଜନା ।

ସୂଚନଯୋଗ୍ୟ; ବିଜେପିର ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ । ଏହି ଅଭିଯାନରେ ସମାଜର ସବୁବର୍ଗର ଓ ସବୁସ୍ତରର ଲୋକ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଏହି ଅଭିଯାନରେ ୧୮ ବର୍ଷରୁ ଅଧିକ ହୋଇଥିଲେ ବିଜେପିରେ ସାମିଲ ହୋଇ ପାରିବେ । ଉଭୟ ଅନ ଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟ ହୋଇପାରିବେ । ନମୋ ଆପ୍ , କ୍ୟୁଆର କୋର୍ଡ ସହିତ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ସଦସ୍ୟତା ଅଭିଯାନକୁ ସଫଳ କରିବେ ।

Leave a Reply

Your email address will not be published. Required fields are marked *