ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଦିନ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଆଜି ଗଠନ ହେବ ନୂଆ ସରକାର । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ବମ୍ପର ବିଜୟ ମିଳିବାକୁ ଯାଉଛି। ସେପଟେ ଏମଭିଏକୁ ବଡ ପରାଜୟ ମିଳୁଥିବା ଜଣାପଡିଛି। ମହାରାଷ୍ଟ୍ରର ମୋଟ ୨୮୮ଟି ଆସନରୁ ମହାୟୁତି ୨୨୧ଟି ଆସନରେ ଆଗୁଆ ରହିଛି। ସେହିପରି ବିରୋଧୀ ‘ମହାବିକାଶ ଅଗାଡି’ ମେଣ୍ଟ ୫୪ଟି ଆସନରେ ଆଗରେ ରହିଛି । ବିଜେପି ଲଢ଼ିଥିବା ୧୪୮ଟି ଆସନରୁ ୧୨୫ଟିରେ ଆଗୁଆ ରହିଛି । ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କ ଦଳଙ୍କୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଛି । ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ମହାୟୁତି ମେଣ୍ଟର ବିଭିନ୍ନ ଦଳର ପାର୍ଟି ଅଫିସ ଓ ନେତାଙ୍କ ବାସଭବନରେ ଉତ୍ସବ ପାଳନ ଆରମ୍ଭ ହେଲାଣି । ଅନ୍ୟପଟେ ମହାରାଷ୍ଟ୍ରରେ ମହାୟୁତି ଏକ ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିବା ନେଇ ଫଡନାଭିସଙ୍କ ବୟାନ ଏବେ ସାମ୍ନାକୁ ଆସିଛି । ସେ କହିଛନ୍ତି ଏହି ନିର୍ବାଚନରେ ମହାୟୁତି ଆଶାଠାରୁ ବଡ଼ ବିଜୟ ହେବ । ଆମେ ଏକାଠି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସ୍ଥିର କରିବୁ। ମହାରାଷ୍ଟ୍ରରେ କିଏ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ତାହା ମହାୟୁତି ମେଣ୍ଟ ନିଷ୍ପତ୍ତି ନେବ। ପ୍ରକାଶଥାଉକି, ବିଜେପି ନେତୃତ୍ୱରେ ଶିବସେନା (ସିନ୍ଧେ ଗୋଷ୍ଠୀ), ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାୟୁତି । ସେହିପରି କଂଗ୍ରେସ ନେତୃତ୍ୱରେ ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାବିକାଶ ଅଘାଡି ମେଣ୍ଟ ହୋଇଛି । Post navigation ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡିଶା ପର୍ବ ୨୦୨୪’ ର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ଝାଡ଼ଖଣ୍ଡରେ ବିଜେପି ପଛୁଆ; ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ