bjp-wants-to-win-elections-at-gunpoint-lekhasri
ବନ୍ଧୁକ ମୂନରେ ନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ କରିଛି । ଏହି ଘଟଣା ନୂଆପଡ଼ା ନୁହେଁ, ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରିଛି ବୋଲି ବିଜେଡି ନେତ୍ରୀ ଡ଼ ସାମନ୍ତସିଂହାର କହିଛନ୍ତି ।
 
ନୂଆପଡ଼ା ଉପନିର୍ବାଚନ ପାଇଁ ରକ୍ତମୁଖା ସାଜିଛି ବିଜେପି । ଶାନ୍ତିପ୍ରିୟ ଓଡ଼ିଶାରେ ୟୁପି, ବିହାର ଭଳି ନିର୍ବାଚନୀ ହିଂସା ଆରମ୍ଭ କରିଛି ଶାସକ ବିଜେପି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୋମନା ବ୍ଲକ ରେ ବିଜେପି ବିଧାୟକ ରଘୁରାମ ମାଛଙ୍କ ପିଏସ୍ଓଙ୍କ ଦ୍ୱାରା ଫାଙ୍କା ଗୁଳି ଚାଳନା । ଏହା ଗଣତନ୍ତ୍ର ପ୍ରତି ବିପଦ ଏବଂ ବିଜେଡି ଏହାର ଦୃଢ଼ ନିନ୍ଦା କରୁଛି । ଏହାକୁ ନୂଆପଡ଼ାବାସୀ କେବେ ବରଦାସ୍ତ କରିବେ ନାହିଁ ବୋଲି ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
 
ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ଼ ସାମନ୍ତସିଂହାର କହିଥିଲେ ଯେ, ହିଂସାକାଣ୍ଡ ଘଟାଇବା ସହ ପ୍ରଶାସନକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି ବିଜେପି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିପାରିବେ ନାହିଁ ବୋଲି ବିଜେପି ଜାଣିସାରିଲାଣି । ସେଥିପାଇଁ ପ୍ରତିପକ୍ଷ ଦଳର ନେତାଙ୍କୁ ଧମକାଇବା, ଗୁଳି ଚଳାଇବା ଭଳି କାର୍ଯ୍ୟ ଜରିଆରେ ଆତଙ୍କର ବାତାବରଣ ସୃଷ୍ଟି କରାଯାଉଛି ।
 
ଆଜିର ଗୁଳିକାଣ୍ଡ ଘଟଣାରେ ବିଜେପି ବିଧାୟକ ମାଛକୁ ତୁରନ୍ତ ଗିରଫ କରାଯାଉ ବୋଲି ଡ଼ ସାମନ୍ତସିଂହାର ଦାବି କରିଛନ୍ତି । ସେ କହିଥିଲେ ଯେ, ପୁଲିସ ପ୍ରଶାସନ ବିଜେଡି ନେତା ଓ କର୍ମୀମାନଙ୍କୁ ଧମକାଉଛନ୍ତି । ବିନା ୱାରେଣ୍ଟରେ ବିଜେଡି ନେତାଙ୍କ ଘର ତଲାସୀ କରାଯାଉଛି, ଅଯଥାରେ ବିଜେଡି ନେତାଙ୍କ ଗାଡ଼ିକୁ ବାରମ୍ୱାର ଯାଞ୍ଚ କରାଯାଉଛି । କିନ୍ତୁ ବିଜେପି ବିଧାୟକ ଗୁଳି ଚଳାଇ ଲୋକଙ୍କୁ ଭୟଭୀତ କରୁଛନ୍ତି । ବିଜେପି ନେତାମାନଙ୍କ ପାଇଁ ସତେ ଯେପରି ଆଇନ କାନୁନ ବୋଲି କିଛି ନାହିଁ ।
 
ବିଜେପି ନେତାମାନେ ହିଂସାକାଣ୍ଡ ଘଟାଉ ଥିବାବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି । ଗତ ୧୬ ମାସ ହେଲା ବିଜେପି ଅହଂକାରରେ ଅନ୍ଧ ହୋଇଯାଇଛି । ଆଜି କେବଳ ବିଧାୟକଙ୍କ ପିଏସ୍ଓ ଗୁଳି ଚଳାଇ ନାହାନ୍ତି ବରଂ ଏହି ଗୁଳି ସରକାର ଚଳାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *