ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସ୍ୱର୍ଗତଃ ମିଶ୍ର ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ପ୍ରତିଷ୍ଠାତା ତଥା ସାପ୍ତାହିକ ପତ୍ରିକା “ଇପିଏ”ର ମୁଖ୍ୟ ସମ୍ପାଦକଭାବେ କାର୍ଯ୍ୟ କରିଥିଲେ । ସ୍ୱର୍ଗତଃ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଅଛି । ସ୍ୱର୍ଗତଃ ମିଶ୍ରଙ୍କ ମୃତ୍ୟୁ ଓଡ଼ିଶାରେ ଫଟୋ ସାମ୍ବାଦିକ କ୍ଷେତ୍ରରେ ଏକ ଅପୂରଣୀୟକ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ସ୍ୱର୍ଗତଃ ମିଶ୍ରଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *