ଉପନିର୍ବାଚନ ପାଇଁ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି । ସେଥିପାଇଁ ଆଜି ଭାରତୀୟ ଜନତା ପାର୍ଟୀ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ବିଧିବଦ୍ଧ ଏହି ସୂଚନା ଜାରି ହୋଇଛି। ତେଣୁ ଆଜି ନାମାଙ୍କନ ଭରିପାରନ୍ତି ସୁଜିତ କୁମାର । ଏହି ସମୟରେ ମୁଖ୍ୟମନ୍ତ୍ରୀ ଦୁଇ ଉପମୁଖ୍ୟ ମନ୍ତ୍ରୀ, ରାଜ୍ୟ ସଭାପତି, ୩୦ ବିଧାୟକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୬ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟାଏ ଆସନ ଖାଲି ରହିଛି । ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ସେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ସୂଚନଯୋଗ୍ୟ; ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ହରିୟାଣାରେ ଖାଲି ପଡ଼ିଥିବା ୬ଟି ଆସନ ପାଇଁ ମତଦାନ ହେବ । ରାଜ୍ୟସଭା ଉପନିର୍ବାଚନ ପାଇଁ ଡିସେମ୍ବର ୧୦ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ହୋଇଥିବାବେଳେ ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ୧୩ ତାରିଖ ସୁଦ୍ଧା ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଡିସେମ୍ବର ୨୦ ମତଦାନ କରାଯାଇ ଫଳାଫଳ ଘୋଷଣା ହେବ । Post navigation ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ଲୋୟର ପିଏମଜି ମହିଳା ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ୍: ମୁକେଶ ମହାଲିଙ୍ଗ