ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସିକା ଗ୍ରସ୍ତ ପୂର୍ବରୁ ବିଜେଡି କର୍ମୀ ଅଟକ । ଗଞ୍ଜାମ ଯୁବ ବିଜେଡି ସଭାପତିଙ୍କ ସମେତ ୨୫ ଅଟକ ରହିଥିବା ଜଣାପଡିଛି। କଳିଙ୍ଗ ରୋଡ଼ ବିଜେଡି କାର୍ଯ୍ୟାଳୟରୁ ଉଠାଇ ନେଲା ପୋଲିସ୍ । ପ୍ରତିବାଦ ପାଇଁ ସଜବାଜ ବେଳେ ଆସିକା ପୋଲିସ୍ ବିଜେଡ଼ି କର୍ମୀଙ୍କୁ ଉଠାଇନେଇଥିବା ଜଣାପଡିଛି। ସୂଚନା ଯୋଗ୍ୟ; ଗଞ୍ଜାମ ଜିଲ୍ଲା ଆସ୍କା କଲେଜ୍ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଯୁବ ଶକ୍ତି ସମାବେଶ’ରେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବେ । ଏହା ସହ ଇଷ୍ଟଦେବୀ ମା’ଖମ୍ବେଶ୍ବରୀଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । Post navigation ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ; ଖସିଲା ସେନସେକ୍ସ ନିଫ୍ଟି ମେଗା ଧାରାବାହିକ ଅନୁପମା ସୁଟିଂ ସେଟ୍ରେ ଭୟଙ୍କର ଅଗ୍ନିକାଣ୍ଡ