କନ୍ଧମାଳରେ ଘଟିଥିବା ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କଲା ବିଜେଡି । ଏକ ପ୍ରେସମିଟରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖାଦ୍ୟ ଚାଉଳ ନ ପହଞ୍ଚିବାରୁ ୮ ପରିବାର ଆମ୍ବ ଟାକୁଆ ଯାଉ ଖାଇଲେ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାବାସୀ ଙ୍କୁ ମିଛ ଆଶ୍ୱାସନା ଦେଇ ଭରସା ଜିତିଛି ବୋଲି ବିଜେଡି ଆରୋପ କରିଛି । ରାସନ ଚାଉଳ ଗରିବରୁ ଅତି ଗରିବ ଲୋକଙ୍କୁ ଦିଆଯାଇଥାଏ । ଚାରି ମାସ ହେବ ସରକାର ବଦଳିଲା ପରେ ବି ଅନାହାର ଯୋଗୁଁ ଲୋକେ ଭୋକ ବିକଳ ରେ ଆମ୍ବ ଟାକୁଆ ଖାଇଲେ ଯୋଉ ମାନେ ଆଦିବାସୀ ଶ୍ରେଣୀ ର ଅଟନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, କେନ୍ଦ୍ର ବିକାଶ ମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ପରିଶେଷରେ ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ, ବିଜେପି ରାଜନୈତିକ ପଦ କ୍ଷେତ୍ର ରେ ଆଦିବାସୀ ଙ୍କୁ ପ୍ରାଧାନ୍ୟ ଦେଇ ଲୋକ ଙ୍କ ଆଗରେ ଏହା ଦେଖାଇଲା ଯେ ଆଦିବାସୀ ହେଲା ତାଙ୍କ ପ୍ରଧାନ ଫୋକସ କିନ୍ତୁ ଅସଲ ରେ କେବଳ ଭୋଟ ପାଇଁ ହିଁ ବିଜେପି ଏପରି କରୁଛି |

ଲୋକଙ୍କ ସୁବିଧା ଅସୁବିଧା ପାଇଁ ସରକାରଙ୍କ ଦୃଷ୍ଟି ନାହିଁ | ସେହି ପରିବାର ଗୁଡିକୁ ଠିକ ସମୟ ରେ ଚାଉଳ ନ ମିଳିବାରୁ ଆଜି ଏପରି ଦୁର୍ଦଶା | ମୃତ୍ୟୁ ପରେ ନିଜ ଦୋଷ ଲୁଚାଇବାକୁ ଯାଇ ଅକଟୋବର ମାସ ର ଚାଉଳ ନଭେମ୍ବର ରେ ଦେଲେ । ଏହା ସରକାରଙ୍କ ବିଫଳତା ଲୋକ ଙ୍କ ପ୍ରତି । ଏପରି ଅବହେଳା ଅପରାଧ ଜନକ ଯାହା କ୍ଷମା ଯୋଗ୍ୟ ନୁହଁ ।ବିଜେଡି ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଦାୟୀ କରିଛି। ଚାଉଳ ନ ଦେଲେ ମାଣ୍ଡିଆ ବାଣ୍ଟିବାର ନିୟମ ଅଛି, ହେଲେ ସେୟାମଧ୍ୟ କରାଗଲାଣି ଏପରି ଅବହେଳା କାହା କଥାରେ କରାଯାଇଛି ବୋଲି ବିଜେଡି ପ୍ରଶ୍ନ କରିଛି । ଯୋଗାଣ ମନ୍ତ୍ରୀ କେବଳ ରାସନ କାର୍ଡ କାଟିବାର ଭୟ କାହିଁକି ଦେଖାଉଛନ୍ତି ? EKYC ପଛୁଆ ଅଞ୍ଚଳରେ କେମିତି ହେବ ଯେଉଁଠି ଇଣ୍ଟରନେଟ୍ ସୁବିଧା ନାହିଁ । ନ କଲେ ଚାଉଳ ବନ୍ଦ କରୁଛନ୍ତି । ଅନ୍ୟ ଉପରେ ଦୋଷ ଲଦିବାରୁ ନିବୃତ୍ତ ରୁହନ୍ତୁ । ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । ମୋହନ ମାଝୀ, ଜୁଏଲ ଓରାମ ଓ ରାଷ୍ଟ୍ରପତିଙ୍କ ଘରେ ଆମ୍ବ ଟାକୁଆ ଯାଉ ରନ୍ଧା ହୁଏ କି? ଆଦିବାସୀଙ୍କୁ ଉପହାସ କରିଛନ୍ତି । ଏହି ସରକାରରେ ଅଧ ଡଜନ ଆଦିବାସୀ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । PMOର ନିର୍ଦ୍ଦେଶରେ ରାଜ୍ୟ ଚାଲିଛି । ଷ୍ଟାମ୍ପ ଲଗାଇ ସରକାର ଚାଲିଛି ।ବିଜେପି ପ୍ରତିଶୋଧ ପରାୟଣ ରାଜନୀତି କରୁଛନ୍ତି ।

ନବୀନ ପଟ୍ଟନାୟକ ଙ୍କ ଯୋଜନ ଯୋଗୁଁ । ଗତ ୨୪ ବର୍ଷରେ ୬୦% ହ୍ରାସ ପାଇ ୧୦ ଲକ୍ଷ ତଳକୁ ଖସିଛି । ଯାହା ଦେଶରେ ସବୁଠାରୁ ଦ୍ରୁତ । ହେଲେ ଏବେ ସରକାର କିଏ ଚଳାଉଛି ଜଣା ଲୋକ ଜାଣି ପାରୁନାହାନ୍ତି । RDC ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏମିତି ବହୁତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବଡ଼ ଠାକୁର ବଳଭଦ୍ର ପଡି଼ବା, ମଦ ମୃତ୍ୟୁ ରିପୋର୍ଟ ଆସିଲା ନାହିଁ । ଲୋକେ ଅନେକ ଆଶା ରହି ବିଜେପିକୁ ଭୋଟ ଦେଇଥିଲେ । ଯେବେ ବଡ ଠାକୁର ବଳଭଦ୍ର ପଡିଗଲେ, ଜଣା ପଡିଗଲା ଯେ ବିଜେପି ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା, ଉପ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ମାଗିବା ଏବଂ ଯିଏ ଯିଏ ବଣ୍ଟନ ବ୍ୟବସ୍ଥା ନଷ୍ଟ କରିଛନ୍ତି, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ବାଦୀ କରିଛି ବିଜେଡି ।

Leave a Reply

Your email address will not be published. Required fields are marked *