ରାଜ୍ୟରେ ଆଇନଶୃଙ୍ଖଳା ଓ ମହିଳା ନିର୍ଯାତନା ନେଇ ପ୍ରତିବାଦ । ସଂସଦର ଗାନ୍ଧି ମୂର୍ତ୍ତି ନିକଟରେ ପୋଷ୍ଟର ବ୍ୟାନର ଧରି ବିଜେଡି ରାଜ୍ୟସଭା ସାଂସଦଙ୍କ ପ୍ରତିବାଦ । ବିଜେଡି କହିଛି ଓଡ଼ିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡିଛି। ଦୋଷୀକୁ ଧରିବାରେ ରାଜ୍ୟ ସରକାର ବିଫଳ ହୋଇଛି । କୁମ୍ଭକର୍ଣ୍ଣ ନିଦରେ ଡବଲ ଇଞ୍ଜିନ ସରକାର। ସୂଚନା ଯୋଗ୍ୟ; ବିଜେଡ଼ିର ରାଜ୍ୟସଭା ସାଂସଦ ସାଂସଦ ମୁନ୍ନା ଖାଁ, ସୁଲତା ଦେଓ , ସସ୍ମିତ ପାତ୍ର ଏବଂ ମାନସ ମଙ୍ଗରାଜ ପ୍ରମୁଖ ବାଲେଶ୍ୱର ଛାତ୍ରୀ ମୃତ୍ୟୁ ମାମଲା ଏବଂ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି । ସଂସଦ ବାହାରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ଲା କାର୍ଡ ଧରି ଆନ୍ଦୋଳନ କରିଥିବା ଦେଖା ଯାଇଛି । ଏହା ସହ ଛାତ୍ରୀ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ମହିଳା ସୁରକ୍ଷାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେଡ଼ି ସାଂସଦ । Post navigation ଚଷମାରେ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଯୁବକ ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ: ପିସିସିଏଫ୍