ଜାନୁଆରୀରେ ପୋଲାଭୋରମକୁ ନେଇ ଆନ୍ଦୋଳନ କରିବ ବିଜେଡି। ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ। ମାଲକାନଗରିବାସୀଙ୍କ ମତାମତ ନେଇ ଆନ୍ଦୋଳନର ରୂପରେଖ ସ୍ଥିର ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି।

 

ଓଡିଶା ଏବଂ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ଯେଉଁ ଲଢେ଼ଇ ଜାରି ରଖିଛି ତାହା ଆହୁରି ଶାଣିତ ହେବ। ମୁଁ ବି ଲଢିବି, ତୁମେ ବି ଶେଷ ଯାଏଁ ଲଢ । ପୋଲାଭରମ ନେଇ ଦଳୀୟ ନେତା ଓ କର୍ମୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ପୋଲାଭରମ ପ୍ରକଳ୍ପ ବିରୋଧରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବା ପରେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧିଦଳ ନବୀନ ନିବାସରେ ପହଞ୍ଚି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି ଯେ ଜାନୁଆରୀରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଜୋରଦାର ହେବ । ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ନବୀନ।

 

ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପୋଲାଭରମ ନେଇ ଦିଲ୍ଲୀ ଗସ୍ତର ରିପୋର୍ଟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛି । ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ ପରେ ସଭାପତି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲା ।

ବିଜେଡି କହିଛି ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ ସ୍ଥିର ହେବ। ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲେ। ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଏଁ ବିଜେଡିର ୭ ଜାଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, କେନ୍ଦ୍ରୀୟ ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗ ଆଦିବାସୀ କମିସନଙ୍କୁ ଭେଟିଥିଲା। ଆଜି ସେ ସମ୍ପର୍କରେ ନବୀନଙ୍କୁ ଅବଗତ କରାଯାଇଛି। ଜାନୁଆରିରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ। ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି।

By Nirvay

Leave a Reply

Your email address will not be published. Required fields are marked *