ବିଜେଡି ନେତା ଦିଲୀପ ନାୟକଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ମିଳିଲା ଅନୁମତି। କ୍ରାଇମବ୍ରାଞ୍ଚ ଇଓଡବ୍ଲୁକୁ ୩ ଦିନିଆ ରିମାଣ୍ଡ ଅନୁମତି ଦେଲେ OPID କୋର୍ଟ । ୨୪ରୁ ୨୬ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଦେଲେ ଅନୁମତି । ଜମିଜମା ମାମଲାରେ ୧୨ କୋଟି ୪୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଧାରରେ ଗିରଫ ହୋଇଥିଲେ ଦିଲୀପ ନାୟକ । ସୂଚନା ଯୋଗ୍ୟ; କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତି ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ ୭ କୋଟି ୪୨ ଲକ୍ଷ ଟଙ୍କା ଦିଲ୍ଲୀପଙ୍କୁ ଦେଇଥିଲେ । ଏହାପରେ ପୁଣିଥରେ ୨ କୋଟି ଟଙ୍କା ନେଇଥିଲେ ଦିଲ୍ଲୀପ । କିନ୍ତୁ ସମ୍ପୃକ୍ତ ଜମିକୁ ଦିଲ୍ଲୀପ ନିଜ ନାଁରେ କରିଥିଲେ । ବିଜୟ ରାଉତ ବାରମ୍ବାର ଟଙ୍କା ମାଗିବା ପରେ ଫେରାଇ ନଥିଲେ ଦିଲ୍ଲୀପ । ଏନେଇ ବିଜୟ ବାଦାମବାଡ଼ି ଥାନାରେ ମାମଲା ରୁଜୁ କରିଥିଲେ । ଏହାପରେ ୧୨ କୋଟି ୪୨ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦିଲ୍ଲୀପଙ୍କୁ ବାନ୍ଧିଥିଲା ଇଓଡବ୍ଲୁ । Post navigation ବିଜେଡିର ନିମାପଡ଼ା ଦ୍ୱନ୍ଦ୍ୱ; କାହିଁକି ଚୁପ ନବୀନ? ହିନ୍ଦୀରେ ରିମେକ ହେବ ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୂତ’