ବିଜେପିର ହାଇଭୋଲଟେଜ ନେତା ଓ ତାଙ୍କର ଦମଦାର ପ୍ରଚାର ଦେଖି ବିଜେଡିକୁ ପରାଜୟ ଭୟ ଘାରିଲାଣି । ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ଦଳ ଛାଡି ବିଜେପିରେ ମିଶିବା ପରେ ୟେ ଭୟ ଦ୍ଵିଗୁଣିତ ହୋଇଯାଇଛି । ନିମାପଡ଼ାରେ ଶେଷ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି।

ସୂଚନାଯୋଗ୍ୟ,ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡିର ୮ ଜଣ ନେତା ଲାଗିପଡିଛନ୍ତି ।ସେମାନେ ହେଲେ ରୁଦ୍ର ପ୍ରତାପ ମହାରଥୀ, ସଂଗ୍ରାମ ପାଇକରାୟ, ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, କମଳ ପାତ୍ର, ରମା ରଞ୍ଜନ ବଳିଆରସିଂହ, ସୁନୀଲ ମହାନ୍ତି ଓ ଦିବାକର ପାତ୍ର। ନିମାପଡ଼ାରୁ ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ନାୟକ। ତିନି ଥର ବିଧାୟକ ହୋଇଥିବା ସମୀର ଦାସଙ୍କ ଟିକେଟ୍ କାଟି ଦଳ ଏଠି ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ଏପଟେ ବିଜେଡି ଟିକେଟ୍ ନପାଇବାରୁ ସମୀର ନିକଟରେ ବିଜେପିରେ ଯୋଗଦେଇଥିଲେ।

By SonaliP

Leave a Reply

Your email address will not be published. Required fields are marked *