ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କଲେ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ । ଆଜି ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନକୁ ଯାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ଏକ ସାର୍ବଜନୀନ ମଞ୍ଚରେ ଅପମାନଜନକ ଏବଂ ଜାତିଭେଦପୂର୍ଣ୍ଣ ମନ୍ତବ୍ୟ ଦେବା ଅଭିଯୋଗରେ ଏକ ଏଫଆଇଆର ଦାଖଲ କରିଛି। ମୁଖ୍ୟମନ୍ତ୍ରୀଙ୍କ ଅରୁଚିକର ମନ୍ତବ୍ୟ ଓଡ଼ିଶାର ଲୋକଙ୍କ ଭାବନାକୁ ଗଭୀର ଆଘାତ ଦେଇଛି ବୋଲି କହିଛି ଦଳ । ଏହି ପ୍ରତିନିଧି ଦଳରେ ଡକ୍ଟର ଲେନିନ୍ ମହାନ୍ତି, ପ୍ରଦୀପ ମାଝୀ, ଡକ୍ଟର ପ୍ରିୟବ୍ରତ ମାଝୀ, ଅରୂପ ଶ୍ରୀଚନ୍ଦନ ଏବଂ ରକି ଦାସ ରହିଛନ୍ତି। ବିଜେଡି କହିଛି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ ଏବଂ ଏହା ଓଡ଼ିଶାବାସୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛି ବୋଲି କହି ସେମାନେ ପୋଲିସକୁ ତୁରନ୍ତ ଏବଂ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। Post navigation Nabarangpur Hostel Row: ବିଜେପି ସରକାରରେ ଆଦିବାସୀ ଓ ଦଳିତବର୍ଗ ଚରମ ଅବହେଳାର ଶିକାର ହେଉଛନ୍ତି: ବିଜେଡି