ଗଜପତି ଜିଲ୍ଲାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଏକ ନୂତନ ଉତ୍ସାହ ଦେଖାଦେଇଛି। ରବିବାର ଦିନ ଗଜପତି ଜିଲ୍ଲାର  ପାରଳାଖେମୁଣ୍ଡି ସହରର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ବିଜେପିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁର୍ବତନ ଜିଲ୍ଲା ବିଜେଡ଼ ସଭାପତି ଏସ୍ ଲିଙ୍ଗରାଜଙ୍କ ସମେତ ପୁର୍ବତନ ବ୍ଳକ ଉପାଧ୍ୟକ୍ଷ, ବହୁ ସରପଞ୍ଚ ସମିତିସଭ୍ୟ ପୁର୍ବତନ ସମିତି ସଭ୍ୟ, ସରପଞ୍ଚଙ୍କ ସମେତ ବିଜେଡି ଓ କଂଗ୍ରେସର ଶହ ଶହ ନେତା ଏବଂ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ଜିଲ୍ଲା ସଭାପତି ନବ କିଶୋର ସବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଶାଳ ମିଶ୍ର ପରବ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଗଜପତି ଜିଲ୍ଲା ପ୍ରଭାରୀ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ଉପାଧ୍ୟକ୍ଷ କୋଦୁରୁ ନାରାୟଣ ରାଓ ଏବଂ ବିଜେପି ଜିଲ୍ଲା ସଭାପତି ନବ କିଶୋର ସବରଙ୍କ ସମେତ ବିଶିଷ୍ଟ ନେତାମାନେ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଗଜପତି ଜିଲ୍ଲାର ରାଜନୈତିକ ଦୃଶ୍ୟପଟରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଆସିଛି, ଯାହା ବିକାଶ, ସୁଶାସନ ଏବଂ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ବିଜେପିର ପ୍ରତିବଦ୍ଧତା ପ୍ରତି ଲୋକଙ୍କ ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି।

ବିଜୁ ଜନତା ଦଳ ତାର ପୁର୍ବ ଚିନ୍ତାଧାରାରୁ ଦୁରେଇ ଯାଉଥିବା ବେଳେ ଅଞ୍ଚଳର ବିକାଶ ପାଇଁ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ପୁର୍ବତନ ଜିଲ୍ଲା ବିଜେଡି ସଭାପତି ଏସ୍ ଲିଙ୍ଗରାଜ୍ ।

Leave a Reply

Your email address will not be published. Required fields are marked *